Pratidin TV

Odisha's Digital News Platform

ଭୟଙ୍କର ହେଲା ମଣିପୁର ହିଂସା , ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ

1 min read

ମଣିପୁର ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। କିଛିଦିନର ନିରବତା ପରେ ସପ୍ତାହେ ହେଲା କୁକି  ଉଗ୍ରପନ୍ଥୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। । ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି । ତେବେ ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ରମାନେ ମଧ୍ୟ ଏକ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି ସମୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପୂର୍ବ ଏବଂ ପଶ୍ଚିମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। BNSS ର ଧାରା 163 (2) ଅନୁଯାୟୀ ଥୋବାଲରେ ନିଷେଧାଦେଶ ଲାଗୁ କରାଯାଇଛି। ଆସନ୍ତା ପାଞ୍ଚ ଦିନ ଧରି ସମଗ୍ର ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ରହିଛି। 

ବିଜ୍ଞପ୍ତି ଅନୁଯାୟୀ ମଣିପୁରରେ ଲିଜ୍ ଲାଇନ୍, VSAT, ବ୍ରଡବ୍ୟାଣ୍ଡ ଏବଂ ଭିପିଏନ୍ ସେବା ପ୍ରମୁଖ ଆଜି ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ମଣିପୁର ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଆନ୍ଦୋଳନ ପାଇଁ ଉସୁକାଇବା ଭଳି ଫଟୋଚିତ୍ର, ଅଶ୍ଳୀଳ ଭାଷା ଏବଂ ଘୃଣ୍ୟ ଭିଡିଓ ବାର୍ତ୍ତା ବ୍ୟାପିବାର ସମ୍ଭାବନା ରହିଛି। ଲୋକଙ୍କ ଭାବନାକୁ ବିଚଳିତ କରିବା ଭଳି ଭିଡିଓ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ବହୁଳ ଭାବରେ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା ରହିଛି । ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏହାର ଗୁରୁତର ପ୍ରଭାବ ପଡିପାରେ। ବିଷୟବସ୍ତୁ ଏବଂ ମିଥ୍ୟା ଗୁଜବ ପ୍ରବର୍ତ୍ତାଇବା ଦ୍ୱାରା ଜୀବନ ନଷ୍ଟ ହୋଇପାରେ, ସରକାରୀ ଏବଂ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇପାରେ, ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର କ୍ଷତି ହୋଇପାରେ।

Leave a Reply

Your email address will not be published. Required fields are marked *