Pratidin TV

Odisha's Digital News Platform

ପୁରୀରେ 5T ସଚିବ ଏବଂ ଜିଲ୍ଲାପାଳଙ୍କୁ କାଳିମାଡ ଘଟଣା , ବନ୍ଧାହେଲେ ଯୁବକ….

1 min read

ପୁରୀରେ : ନିକଟରେ 5T ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗୁଡିକ ବୁଲି ଲୋକଙ୍କ ସମସ୍ୟା ବୁଝିମା ସହ ମିଶନ ଶକ୍ତି ରେ ମା ମାନଙ୍କ ଉନ୍ନତି ସମସ୍ୟା ଏବଂ ଜଳ ସମସ୍ୟା ଭଳି ଅନେକ ଗୁଡିଏ ସମସ୍ୟାକୁ ବୁଝିବା ସହ ତୁରନ୍ତ ସମାଧାନ କରିବା ପାଇଁ ଯୋଜନା ଜାରି ରଖିଛନ୍ତି । ସେହିଭଳି ଆଜି 5T ସଚିବ ଭି.କେ ପାଣ୍ଡିଆନ ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ସମୟରେ ଘଟିଥିଲା ଏକ ଅଘଟଣା । ଜଣେ ବ୍ୟକ୍ତି ହର୍ତ୍ ଗହଳି ଭିତରେ ପଶି ପାଣ୍ଡିଆନଙ୍କ ଉପରକୁ କାଳିମାଡ କରିଥିଲେ । ତେବେ ସେହି କାଳି ପାଣ୍ଡିଆନଙ୍କ ମୁହଁରେ ପଡିବା ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ମଧ୍ୟ ପଡିଥିଲା । ତେବେ କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ପୋଲିସ ତୁରନ୍ତ ତାଙ୍କୁ ଘଟଣା ସ୍ଥଳରେ ଗିରଫ୍ କରିଥିବା ସୂଚନା ରହିଛି ।

ସୂଚନା ଅନୁୁଯାୟୀ ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା,ପୁରୀ ଓ ସତ୍ୟବାଦୀରେ କାର‌୍ୟ୍ୟକ୍ରମ ଥିଲା। ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ। ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା। ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା।

Advertisement

କିନ୍ତୁ ପାଣ୍ଡିଆନଙ୍କ ମୁହଁରୁ ହସ ଲିଭିନଥିଲା ଯେପରି ଏଭଳି ଏକ ଘଟଣା ତାଙ୍କୁ କୌଣସି ପ୍ରକାରର ଫରକ୍ ପକାଇପାରିନଥିଲା । ସେ କାଳିମାଡ ପରେ ମଧ୍ୟ ଲୋକମାନଙ୍କ ସହ ସେହି ପୋଷାକରେ ମିଶିଥିଲେ ଏବଂ ଖୁସିରେ ଲୋକମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ । ଏନେଇ ପାଣ୍ଡିଆନଙ୍କ ସୁଭଚିନ୍ତକ ମାନେ କହିଛନ୍ତି ଯେ ପାଣ୍ଡିଆନ ବାବୁ ପୁଣି ଥରେ ବିରୋଧିଙ୍କ ଷଡଯନ୍ତ୍ରକୁ ଅକାମୀ କରିଦେଲେ ।

Leave a Reply

Your email address will not be published. Required fields are marked *