Pratidin TV

Odisha's Digital News Platform

ଅଜଣା ରୋଗରେ ପିଡିତ ଲିପ୍ସା ,ଆଖିରେ ଅନେକ ସ୍ୱପ୍ନ ହେଲେ ପାଠରେ ପଡିଯାଇଛି ପୂର୍ଣ୍ଣଚ୍ଛେଦ….

ଗଜପତି ; ଲିପ୍ସା ନାଁ ଟି ଯେମିତି ଝିଅଟି ବି ସେମିତି ସୁନ୍ଦର । ଆଦିବାସୀ ଓ ଗରିବଶ୍ରେଣୀର ଝିଅ ହୋଇଥିଲେ ମଧ୍ୟ ଲିପ୍ସାର ଅନେକ ସ୍ଵପ୍ନ ରହିଛି । ପାଠ ପଡିବ , ନାଚ ଶିଖିବ, ଗାଁ ପିଲା ମାନଙ୍କ ସହ ସାଙ୍ଗ ହୋଇ ଗାଁ ଦାଣ୍ଡରେ ଖେଳିବ । କିନ୍ତୁ ସ୍ଵପ୍ନ ସ୍ଵପ୍ନ ରେ ହି ରହିଗଲା। କାହିଙ୍କି ନା ଲିପ୍ସାକୁ ଗ୍ରାସ କରିଛି ଏକ ଅଜଣା ରୋଗ ,ଯେଉଁ ରୋଗ କି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବଡ ମେଡିକାଲ କଲେଜ ପର୍ଯ୍ୟନ୍ତ ଜାଣିପାରୁ ନାହାନ୍ତି ରୋଗର ନାମ କଣ ? ବର୍ତ୍ତମାନ ଲିପ୍ସା ରୋଗ ଶଯ୍ୟାରେ ଶଯ୍ୟାସାୟୀ ।

ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ଗ୍ରାମ ପଞ୍ଚାୟତ ନିଜୁମା ଗ୍ରାମର ଲିପ୍ସା ବୟସ ମାତ୍ର ପନ୍ଦର ,ଏହି ବୟସରେ ଲିପ୍ସା ଘର ଅଗଣାରେ ଖେଳିକୁଦି ବୁଲିବା ବେଳେ ବାପାମାଁ ଦେଖି ଖୁସି ହେବା ବଦଳରେ ଘର ଭିତରେ ବିଛଣାଉପରେ ପଡି ଛଟପଟ ହେଉଥିବା ଦେଖି ଆଖିରୁ ଅନବରତ ଝରୁଛି ଲୁହ । ବାପା ସନ୍ୟାସୀ ମଲ୍ଲିକ ଓ ମା ହିନ ମଲ୍ଲିକଙ୍କ ଦ୍ଵିତୀୟ କନ୍ୟା ହେଉଛନ୍ତି ଲିପ୍ସା । ଲିପ୍ସା ପ୍ରାଥମିକ ପଢା ପଢା ଏକ ଆଦିବାସି ଓ ହରିଜନ ବିଭାଗର ରାଣୀଖମା ବିଦ୍ୟାଳୟରେ ପଞ୍ଚମ ପର୍ଯ୍ୟନ୍ତ ପଡୁଥିଲେ । ପଢା ସମୟରେ ହିଁ ଏହି ଅଜଣା ରୋଗ ତାକୁ ଧୀରେ ଧୀରେ ଗ୍ରାସ କରିଛି । ମାଁ ନିଜେ ଖୁଆଇବା ଠାରୁ ଆରମ୍ଭ କରି ସମସ୍ତ କାମ କରିଥାନ୍ତି । ଖୁଆଇବା ସମୟରେ ନିଜ ଛୁଆର ଦୁଖ ବା କୋଉ ମା ସମ୍ଭାଳିବ । ଲିପ୍ସାକୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡମେଡିକାଲ କୁ ଯାଇ ସମସ୍ତ ପରୀକ୍ଷା କରି ଚିକିତ୍ସା କରୁଥିଲେ । ମାସକୁ ୪ ରୁ ୫ ଥର ବ୍ରହ୍ମପୁର ଯିବା ଆସିବା କରି ଲିପ୍ସାର ଚିକିସ୍ଛା ଜାରି ରହିଥିଲା । କିନ୍ତୁ ସେହି ଚିକିଶ୍ଚାରେ କୌଣସି ସୁଧାର ନଆସିବା ଓ ଆର୍ଥିକ ଅବସ୍ଥା ଠିକ ନଥିବାରୁ ତାର ଚିକିତ୍ସା ନକରାଇ ଘରେ ହିଁ ରଖିଦେଇଛନ୍ତି ।

ସନ୍ୟାସି ଏକ ଗରିବ ଓ ଚାଷୀ ପରିବାର ହୋଇଥିବାରୁ ଆର୍ଥିକ ଅବାସସ୍ଥା ମଧ୍ୟ ସୁଦୃଢ ନୁହେଁ । ତେଣୁ ଲିପ୍ସା କୁ ଆଉ ଅନ୍ୟତ୍ର ନଦେଖାଇ ଭାଗ୍ୟକୁ ଆଦରି ରହିଛନ୍ତି । ଲିପ୍ସା ଚଢା ଅନ୍ୟ ତିନି ଝିଅ ଙ୍କୁ ମଧ୍ୟ ପାଠ ପଢାଇବା କଷ୍ଟ ସାଧ୍ୟ ହୋଇପଡୁଛି । କାରଣ ସମସ୍ତ ଅର୍ଜିତ ସମ୍ପତି ଲିପ୍ସା ନିମନ୍ତେ ଖର୍ଚ ହେଉଥିବା ବେଳେ ଅନ୍ୟ ପିଲାଙ୍କ ପଢା ଖର୍ଚ ତୁଲାଇ ପାରୁ ନାହାନ୍ତି । ସରକାରଙ୍କ ମାଳ ମାଳ ଯୋଜନା ମାନକୁ ସରକାରଙ୍କ ମାଳ ମାଳ କର୍ମଚାରୀ ଲିପ୍ସା ନିକଟରେ ପହଞ୍ଚିପାରୁ ନାହାନ୍ତି । ବ୍ଲକ କାର୍ଜ୍ୟାଳୟ ଠାରୁ ମାତ୍ର ୧୦ ରୁ ୧୫ କିଲୋମିଟର ଦୂର ରେ ଅବସ୍ଥିତ ଏହି ଲିପ୍ସା ର ଗ୍ରାମ ହୋଇଥିଲେ ମଧ୍ୟ ଆଜି ଯାଏ ଲିପ୍ସା ପାଇ ପାରି ନାହିଁ ସରକାରୀ ସହାୟତା । ତେବେ ଦେଖିବା ବାକି ରହିଲା କେବେ ଲିପ୍ସାଙ୍କ ପାଖରେ ପହଞ୍ଚିଛି ସରକାରୀ ସହାୟତା ।

Leave a Reply

Your email address will not be published. Required fields are marked *