Pratidin TV

Odisha's Digital News Platform

ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ, ୬ ଜଣଙ୍କୁ ଡାକିନେଲା ଯମ…

ଝାଡଖଣ୍ଡ: ନୂଆ ବର୍ଷର ପ୍ରଥମ ଦିନରେ ଘଟିଗଲା ବଡ ଅଘଟଣା । ବର୍ଷର ଆରମ୍ଭରେ ଏକା ସାଙ୍ଗରେ ଲେଖା ହୋଇଥିଲା ୬ ସାଙ୍ଗଙ୍କ ମୃୃତ୍ୟୁ । ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଆଉ ଦୁର୍ଘଟଣା ଘଟି ଚାଲିଗଲା ୬ ଜଣଙ୍କ ଜୀବନ । ଝାଡଖଣ୍ଡର ଜାମସେଦପୁରରେ ଘଟିଛି ଏଭଳି ମର୍ମନ୍ତୁତ ସଡକ ଦୁର୍ଘଟଣା ।

ସୂଚନା ଅନୁଯାୟୀ ଜାମଶେଦପୁର ବିଷ୍ଣୁପୁର ଥାନା ଅଞ୍ଚଳ ସର୍ଲିଟ ହାଉସ ନିକଟ ଗୋଲ ଚକ୍କର ପାଖରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡରେ ପିଟି ହୋଇଥିଲା । ଏହାପରେ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୬ଜଣ ଯୁବକଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକମାନେ ସୂଚନା ଦେବାପରେ ସେଠାରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ଗ୍ରସ୍ତ କାର ଭିତରୁ କ୍ରେନ ସାହାର୍ଯ୍ୟରେ ସେମାନଙ୍କ ମୃତଦେହ ଗୁଡିକ ବାହାରକୁ କଢାଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜର ହେପାଜତରେ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା ।

କୁହାଯାଇଛି ଯେ ନୂଆ ବର୍ଷ ପାଳନ କରିବା ପରେ ହୋଟେଲରୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ମୃତକ ମାନେ ହେଉଛନ୍ତି ଆରଆଇଟି ପୋଲିସ ଷ୍ଟେସନ ଅଞ୍ଚଳର କୁଲୁପଟଙ୍ଗା ବାସିନ୍ଦା । ସମସ୍ତ ମୃତକ ପରସ୍ପରର ଘନିଷ୍ଠ ବନ୍ଧୁ ଥିଲେ । ତଦନ୍ତରୁ ଜଣାପଡିଛି ଯେ କାରରେ ବସିଥିବା ସମସ୍ତ ୮ ଜଣ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥଇବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *