Pratidin TV

Odisha's Digital News Platform

ଉବୁଟୁବୁ ରାଜଧାନୀ, ଦିଲ୍ଲୀ ବର୍ଷାରେ ଗଲାଣି ୬ ଜୀବନ

1 min read

ଗୁରୁବାର ଠାରୁ ଦିଲ୍ଲୀ-ଏନସିଆରରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ରାଜଧାନୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କେବଳ ତଳିଆ ଅଞ୍ଚଳ ନୁହେଁ, ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡ଼ିକରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ରାଜଧାନୀ ଜଳମଗ୍ନ ହୋଇଛି । ରାସ୍ତାଘାଟ ପାଣିରେ ଭରି ରହିଥିବାରୁ ଗାଡ଼ିଗୁଡ଼ିକ ଯାଇ ନପାରି ରାସ୍ତା ଜମ୍ ଭଳି ସମସ୍ୟା ସୃଷ୍ଟି ହୋଇଛି । ବର୍ଷା କାରଣରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ମଧ୍ୟ ଗଲାଣି, ଏମାନଙ୍କ ମଧ୍ୟରେ ୨ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି।

ସୂଚନା ଅନୁସାରେ, ଉସମାନପୁର ଅଞ୍ଚଳର ବନ୍ୟା ପାଣିରେ ଭାସିଯାଇ ଜଣେ ୮ ଏବଂ ଅନ୍ୟ ଜଣେ ୧୦ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ଖେଳୁଥିବା ସମୟରେ ପାଣିରେ ଭାଲି ଯାଇଥିଲେ। ସେହିପରି ବସନ୍ତ ବିହାର ନିକଟରେ ଏକ ନିର୍ମାଣଧିନ ପାଚେରୀ ଭୁଶୁଡ଼ି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡିବା ପରେ ମଧ୍ୟ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ମଧ୍ୟ ହୋଇଛନ୍ତି।

Advertisement

କିଛି ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦିଲ୍ଲୀରୁ ଆସିଛି ଆଶ୍ଚର୍ୟ୍ୟ, ଚିକିତ ତଥା ଚିନ୍ତାଜନକ ଦୃଶ୍ୟ । ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ମୌସୁମୀର ପ୍ରଥମ ବର୍ଷାରେ ବୁଡ଼ିଲା ଦିଲ୍ଲୀ | ରାଜଧାନୀ ରାସ୍ତାରେ ଚାଲିଲା ଡଙ୍ଗା | ନେତା, ଜନତାଙ୍କ ଘରେ ପଶିଲା ପାଣି | ହସ୍ପିଟାଲରେ ପାଣି ପଶିବା ଯୋଗୁଁ ବନ୍ଦ ହେଲା ଅପରେସନ | କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କେବଳ ତଳିଆ ଅଞ୍ଚଳ ନୁହେଁ, ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡ଼ିକରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *