Pratidin TV

Odisha's Digital News Platform

ପାଟିସୁଆଦ ପାଇଁ ଖାଇଲେ ଗୁପଚୁପ,ପରେ ବାନ୍ତି କରି ଡାକ୍ତରଖାନରେ ଭର୍ତ୍ତି ହେଲେ ୬ଯୁବତୀ

1 min read

ସୁନ୍ଦରଗଡ: ଠେଲା ଗୁପଚୁପ ଖାଇ ଅସୁସ୍ଥ ହୋଇ ପଡିଲେ ୬ଜଣ ଝିଅ । ତେବେ ଅସୁସ୍ଥ ଥିବା ଝିଅମାନେ ହେଲେ ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକେଳା ଗ୍ରାମର । ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି କେନ୍ଦ୍ରୀକଳା ଗ୍ରାମ ଛକରେ ଥିବା ଗୁପଚୁପ ଠେଲାରେ ୬ଜଣ ଯୁବତୀ ସନ୍ଧ୍ୟାରେ ଗୁପଚୁପ ଖାଇବାକୁ ଯାଇଥିଲେ । ଖାଇ ସାରି ଫେରିବା ପରେ ଘରେ ଖାଦ୍ୟ ଖାଇ ଶୋଇଥିଲେ । କିନ୍ତୁ ହଠାତ ରାତିରେ ଝାଡ଼ା, ବାନ୍ତି ଓ ଜ୍ୱର ହେବାରୁ ନିକଟସ୍ଥ ଔଷଧ ଦୋକାନରୁ ଔଷଧ ଆଣି ଖାଇଥିଲେ ।

କିନ୍ତୁ ଔଷଧ ଖାଇଲା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ତେବେ ଆଜି ସକାଳୁ ୧୦୮ ଆମ୍ବୁଲାନ୍ସ ରେ ଯୁବତୀଙ୍କୁ ବଣାଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣାଯାଇଥିଲା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଚିକିତ୍ସା ଚାଲିଥିବା ଜଣା ପଡିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ବଣାଇ ରେ ଫୁଡ଼ ଇନିସପେକ୍ଟର ଥାଇ ମଧ୍ୟ ବଣାଇ ଅଞ୍ଚଳର ପ୍ରାୟ ଅନେକ ଫାଷ୍ଟ ଫୁଡ ଦୋକାନ, ହୋଟେଲ ମାନଙ୍କରେ ମାଳ ମାଳ ନକଲି ସସ୍‌, ପୋଡାତେଲ, ରଙ୍ଗ, ନିମ୍ନ ମାନର ତେଲ ପ୍ରଭୃତି ବ୍ୟବହାର ହେଉଥିଲେ ମଧ୍ୟ କୌଣସି ଯାଞ୍ଚ କରା ଯାଉନି ।

Advertisement

ଯାହାକୁ ନେଇ ଏବେ ଜନସାଧାରଣ ରେ ଚର୍ଚ୍ଚା ଚାଲିଛି । ଚିକିତ୍ସା କରୁଥିବା ଡାକ୍ତର ଙ୍କ କହିବା ଅନୁସାରେ ସମସ୍ତଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଠାକ୍ ଅଛି । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *