Pratidin TV

Odisha's Digital News Platform

ରୋମରେ ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଚମକିବେନ ୬ ଓଡ଼ିଆ

1 min read

ରୋମରେ ଚମକିବେ ୬ ଓଡ଼ିଆ ଖେଳାଳି | ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଯୋଗଦେବେ ୬ ଜଣ ଓଡ଼ିଆ।

ଜୁଲାଇ ୬ ରୁ ୧୪ ତାରିଖ ଯାଏ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ମାଷ୍ଟର୍ସର ବିଭିନ୍ନ ବର୍ଗରେ ଏହି ସମସ୍ତ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ବିଭିନ୍ନ ଦେଶରୁ ପ୍ରାୟ ୬୦୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ବେଳେ ଭାରତରୁ ମଧ୍ୟ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ତେବେ ଓଡିଶାରୁ ୬ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି | ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ ଦାସ ମହାପାତ୍ର ଓ ସନ୍ଦୀପ ଚକ୍ରବର୍ତ୍ତୀ ଅଂଶଗ୍ରହଣ କରିବେ ।

Advertisement

Leave a Reply

Your email address will not be published. Required fields are marked *