ସାଉଦି ଆରବରେ ଫସିରହିଛନ୍ତି ୬ ଓଡ଼ିଆ ଶ୍ରମିକ, ଫେରିବା ପାଇଁ ରାଜ୍ୟ ସରକାରଙ୍କୁ କଲେ ନିବେଦନ..
1 min readଆଳି ; କାମକରିବାକୁ ଯାଇ ସାଉଦି ଆରବରେ ଫସିରହିଛନ୍ତି ୬ଜଣ ଓଡ଼ିଆ ଶ୍ରମିକ।ଫସିରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ୪ଜଣ ଖୋର୍ଦ୍ଧା ଅଞ୍ଚଳର ରହିଛନ୍ତି। ସ୍ୱଦେଶ ଫେରାଇ ଆଣିବା ପାଇଁ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡା ସାଂସଦ ବୈଜନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି ଫସିରହିଥିବା ଶ୍ରମିକ।
୪ମାସ ତଳେ ୬ଜଣ ଓଡ଼ିଆ ଶ୍ରମିକ ଏକ ଘରୋଇ କମ୍ପାନୀ ଜରିଆରେ ସାଉଦ ଆରବ ଯାଇଥିଲେ। ସେଠାରେ ପହଁଚିବା ପରେ କିଛିଦିନ ଏକ ପାଣି ପାଇପ କମ୍ପାନୀରେ କାମକରିଥିଲେ।କାମ କରିବା ପରେ ମଧ୍ୟ ସେମାନଙ୍କୁ ଦରମା ଦିଆଯାଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।ଫଳରେ ଭୋକ ଉପାସରେ ଜୀବନ କାଟୁଛନ୍ତି ଶ୍ରମିକ ମାନେ। ଏମିତି କମ୍ପାନୀ କତ୍ତୃପକ୍ଷ ନାଲିଆଖି ଦେଖାଉଥିବାର ମଧ୍ୟ ଅଭିଯୋଗ ହୋଇଛି।