Pratidin TV

Odisha's Digital News Platform

ଜମି ପାଇଁ ହଣାକଟା; ୨ ପରିବାରରୁ ୬ ଗୁରୁତର….

ଭଦ୍ରକ ; ଜମିବାଡ଼ି ଵିବାଦରୁ ମହାଭାରତ । ଜମିବାଡ଼ି ଵିବାଦକୁ କେନ୍ଦ୍ର କରି ହଣାକଟା, ଉଭୟ ପଟରୁ ୬ ଗୁରୁତର । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ଏକ ନମ୍ବର ୱାର୍ଡରେ। ଗୁରୁତରମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜଣାପଡିଛି ।

ଅନ୍ୟପଟେ ଭଦ୍ରକ ଟାଉନ ପୋଲିସ ସମୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଦୀର୍ଘ ୪ ବର୍ଷ ହେବ ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଦଳେଇ ଓ ସେନାପତି ପରିବାର ମଧ୍ୟରେ ବିବାଦ ଉପୁଜିଥିଲା । କିନ୍ତୁ ଗତକାଲି ଏହା ବଢି ସାଘାତିକ୍ ରୂପ ନେଇଥିଲା । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ୧ ନମ୍ବର ୱାର୍ଡର ଜାଗାବାଡି ଭାଗ ବଣ୍ଟାକୁ ଆକ୍ରମଣର ଘଟଣା ସ୍ଥଳରେ ୬ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ହୋଇଛନ୍ତି। ଦୀର୍ଘ ୪ଵର୍ଷ ହେବ ଏହି ଦୁଇ ପରିବାର ମଧ୍ୟରେ ଜମିବାଡ଼ି ଵିଵାଦ ଲାଗି ରହିଛି। ଜମିବାଡ଼ି ବିବାଦ ଲାଗି ଗତକାଲି ସେନାପତି ପରିବାର ଜାମିନରେ ଆସିଥିବା ବେଳେ ଏଭଳି କାଣ୍ଡ ରାତି ଅଧରେ ଘଟିଛି।

Leave a Reply

Your email address will not be published. Required fields are marked *