Pratidin TV

Odisha's Digital News Platform

ଗାଧୋଇବାକୁ ଯାଇ ଭାସିଗଲେ ୬ଜଣ ଛାତ୍ର

1 min read

ଆନ୍ଧ୍ରପ୍ରଦେଶ : ଲଗାଣ ବର୍ଷା ଯୋଗୁ ପ୍ରାୟ ସମସ୍ତ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ଆଜି ସକାଳ ସମୟରେ ଏକ ଦୁଖଦଃ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲ୍ଲାରେ । ୬ ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଥିଲେ ସୁଅରେ ।

ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ଆନ୍ଧ୍ରର କୋରଲଡାପଡି ଜିଲ୍ଲା ପରିଷଦ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ୬ ଜଣ ଛାତ୍ର ,ସ୍କୁଲ ଛୁଟି ଥିବା ନେଇ ନଦୀକୁ ଗାଧୋଇବାକୁ ଯାଇଥିଲେ ।ଏହି ସମୟରେ ନଦୀର ପ୍ରବାହ ଜୋର ଥିବାରୁ ସେମାନେ ସମସ୍ତେ ପ୍ରାୟ ୧ କିଲୋମିଟର ଯାଏଁ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଧାଙ୍କ ଦ୍ୱାରା ୫ ଜଣ ଉର୍ଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲା । ଉକ୍ତ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଜୟବାଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାପରେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବାହୀ ଟିମ୍ ନିଖୋଜ ଥିବା ଛୁଆଟିକୁ ଖୋଜା ଖୋଜି ଜାରିରଖିଛି ।

Advertisement


ବନ୍ୟା ପରିିସ୍ଥିତି ନେଇ ସମସ୍ତଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଥିଲା । କିନ୍ତୁ ଏହି ୫ ଜଣ ଛୁଆ ଡରରେ ପରିବାର ଲୋକଙ୍କୁ ନଜଣାଇ ନଦୀକୁ ଗାଧୋଇବାକୁ ପଳେଇଆସିଥିଲେ । ଯାହା ପରେ ଏମିତି ହୃଦୟଥରା ପରିସ୍ଥିତି ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *