Pratidin TV

Odisha's Digital News Platform

୬ ମାସର ଶିଶୁଙ୍କୁ ମିଳିବ କରୋନା ଟିକା: ଜାଣନ୍ତୁ କଣ ନିୟମ ପ୍ରଣୟନ କରିଛି ସିଡିସି

1 min read

ନୂଆଦିଲ୍ଲୀ: ୬ ମାସରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ କରୋନା ଟିକା । ୬ ମାସରୁ ୫ ବର୍ଷ ପର୍ୟ୍ୟନ୍ତ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛି ଆମେରିକା । ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦିଆଯିବ । ସିଡିସିର ଅନୁମତି ପରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହରୁ ୬ ମାସରୁ ୫ ବର୍ଷ ପର୍ୟ୍ୟନ୍ତ ପିଲାଙ୍କୁ ଟିକା ଦିଆଯାଇପାରେ ।

ପୂର୍ବରୁ ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଥିଲା ଏଫଡିଏ । ଆମେରିକାରେ କରୋନା ଟିକାକରଣ ଆରମ୍ଭ ହେବାର ପାଖାପାଖି ଦେଢ ବର୍ଷ ପରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଆମେରିକାରେ ୬ ମାସରୁ ୫ ବର୍ଷ ପର୍ୟ୍ୟନ୍ତ ପାଖାପାଖି ୧ କୋଟି ୮୦ ଲକ୍ଷ ପିଲା ରହିଛନ୍ତି । କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଖୁବ୍ ଶୀଘ୍ର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *