Pratidin TV

Odisha's Digital News Platform

କେନାଲରେ ବୁଡିଗଲା ୬ ବର୍ଷର ନାବାଳକ, ଜଳ ଶୋଚନ ବିଭାଗକୁ ଦାୟୀ କଲେ ପରିବାର …

କେନ୍ଦ୍ରାପଡା ; ଧନ ତୁ କୁଆଡେ ଚାଲିଗଲୁ କାହା ମୁହଁ ଅନେଇ ବଞ୍ଚିବି ? କେମିତି କାଟିବି ଦିନ କେମିତି ରହିବି ଏ ସଂସାରରେ କିଏ ହବ ମୋର ସାହା ଭରସା ? ଏମିତି କେତେ କଥା କହି ଭୋ ଭୋ କାନ୍ଦି ଡାକ୍ତରଖାନାକୁ କମ୍ପମାନ କରିଦେଉଛନ୍ତି ମା ବେବିନା ଜେନା ? ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ଥିବା ଗଙ୍ଗାରାମପୁର ପଞ୍ଚାୟତ ଅଧିନସ୍ତ ଲୋକନାଥପୁର ଗାଁ ର ହେମନ୍ତ ଜେନାଙ୍କ ୬ ବର୍ଷର ପୁଅ ଅଭିନ୍ନ ସୁନ୍ଦର ର ମୃତ୍ୟୁ ଘଟିଛି । ହେମନ୍ତ ଜଣେ ଦିନ ମଜୁରିଆ ସବୁଦିନ ପରି ଆଜି ସଖାଳୁ ସଖାଳୁ ବାହାରିଯାଇଥିଲେ କାମକରିବାପାଇଁ । ଘରେ ବୁଢୀ ମା ବାପାଙ୍କୁ ସହଜରେ ଆଖିକୁ ଦେଖାଯାଏନା ସ୍ତ୍ରୀ ବେବିନା ଆଜି ଘରକାମରେ ବ୍ୟସ୍ତ ଥିବାର ଦେଖି ତାଙ୍କର ୮ ଓ ୧୦ ବର୍ଷର ଦୁଇଝିଅ ଓ ୬ ବର୍ଷର ପୁଅ ଅଭିନ୍ନ ସୁନ୍ଦର ଘର ଦୁଆର ମୁହଁରେ ଖେଳୁଥିଲେ । ହେଲେ ଖେଳ ସରିବ ପରେ କୁନି ପୁଅ ଅଭିନ୍ନ ପାଖରେ ଥିବା କେନାଲକୁ ଧୋଇହେବାକୁ ଯାଇଥିଲେ । କିନ୍ତୁ ର୍ଦୁଭାଗ୍ୟ ବସତଃ କେନାଲରେ ତାଙ୍କ ଗୋଡ ଖସିଯିବାରୁ ୬ ଫୁଟ ରୁ ଅଧିକ ପାଣି ରେ ସୁନ୍ଦର ବୁଡିଯାଇଥିଲେ । ତେବେ ସ୍ଥାନୀୟ ଲୋକ ମାନେ ସୁନ୍ଦରକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇଯାଇଥିଲେ । ହେଲେ ଡାକ୍ତର ଅଭିନ୍ନ ଙ୍କୁ ସୁନ୍ଦରକୁ ମୃତୁଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗ ଜଳ ଶୋଚନ ବିଭାଗର ଦାୟିତ୍ୱହୀନତା ଯୋଗୁ ଆଜି ଜଣେ ନିଷ୍ପାପ ଶିଶୁର ଜୀବନ ଯାଇଛି । ଯେତେବେଳେ ବିଭାଗ କେନାଲ ଖୋଲିଲେ ସେତେବେଳେ ସ୍ଥାନୀୟ ଲୋକ ଯେତେ ଅଭିଯୋଗ କଲେ କେହି ଶୁଣିଲେନାହିଁ । ଆବଶ୍ୟକତ ଚାହିଁ ଅଧିକ ଖୋଳା ହେଲା କମ ଉଚତାର କାନ୍ଥ ଉଠା ହେଲା ତେଣୁ ଏପରି ଘଟୁଛି । ମାସକ ପୂର୍ବେ ଦୁଇଟି ଗାଈ ଓ ତିନି ଜଣ ଛୋଟ ପିଲା ମଧ୍ୟ କେନାଲରେ ପଡି ଆହତ ହୋଇଥିଲେ । ଆଜି ଗୋଟିଏ ପିଲାର ଜୀବନ ଚାଲିଗଲା ଏଥିପାଇଁ ବିଭାଗ ହିଁ ଦେଇ ବୋଲି କହିଛନ୍ତି ଖୋଦ ମୃତକଙ୍କ ବାପା ଓ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *