Pratidin TV

Odisha's Digital News Platform

୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ଆଜି ଯେଉଁ ମହିଳା ରାଷ୍ଟ୍ରପତି ପଦରେ ବସିଛନ୍ତି ସମୟ ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନେ ମାସକୁ ଖର୍ଚ୍ଚ କରିବା ପାଇଁ ନିଜ ବାପାଙ୍କ ଠାରୁ ନେଉଥିଲେ ମାତ୍ର ୧0 ଟଙ୍କା | ଆଜି ବଦଳିଯାଇଛି ସମୟ ସେହି ଝିଅ ଆଜି ହୋଇଛନ୍ତି ଦେଶର ରାଷ୍ଟ୍ରପତି | ୬୬ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ରାୟରଙ୍ଗପୁରରୁ ରାଏସେନା ହିଲରେ ପହଞ୍ଚି ଦେଶର ମହିଳାଙ୍କ ପାଇଁ ପାଲଟିଛନ୍ତି ମହିଳାଙ୍କ ପାଇଁ ଉଦାହରଣ |

ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ଆସନରେ କରିଛନ୍ତି ଅଳଙ୍କୃତ | ଦ୍ରୌପଦୀ ମୁର୍ମୁ ଜଣେ ନିଷ୍ଠଭାସୀ ନେତ୍ରୀ ହୋଇଥିବା ବେଳେ କଠିନ ପରିଶ୍ରମ ବଳରେ ପାଇଛନ୍ତି ସଫଳତା | ୨0୨୨ ରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମେ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ସର୍ବୋଚ୍ଚ ପଦବୀରେ ବସିଛନ୍ତି |

୧୯୫୮ ମସିହା ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।

ଏହାପରେ ଅଧିକ ଅଧ୍ୟୟନ ପାଇଁ ଭୁବନେଶ୍ବର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ ।

ପାଠପଢା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ | ବାପା ମାସକୁ ମାତ୍ର ୧0 ଟଙ୍କା ପଠାଉଥିଲେ | ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ ନଥିଲା | ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ | ସାଙ୍ଗମାନେ ଡାକିଲେ ମଧ୍ୟ ସେ କଲେଜ କ୍ୟାଣ୍ଟିନ ଯାଉନଥିଲେ | କାରଣ ସାଙ୍ଗଠୁ ଖାଇବା ତାଙ୍କ ପାଖରେ ସମ୍ଭବ ଥିଲା କିନ୍ତୁ ସାଙ୍ଗକୁ ଖୁଆଇବା ତାଙ୍କ ପାଖେ ଅସମ୍ଭବ ଥିଲା | ୮ ବର୍ଷ ଧରି ଭୁବନେଶ୍ୱରରେ ରହିଥିଲେ ସତ୍ତ୍ଵ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା | ଆଜି ସେ କଥା ମାନେ ପକାଇଲା ସଫଳତା ଅତ୍ୟଧିକ କଷ୍ଟ ଲାଗେ |

Leave a Reply

Your email address will not be published. Required fields are marked *