Pratidin TV

Odisha's Digital News Platform

ଉପରେ ଟଙ୍କା ଭିତରେ କାଗଜ ; ଷଷ୍ଠ ବାଟାଲିୟନ ପୋଲିସ କର୍ମୀଙ୍କୁ ଠକିଦେଲେ ନକଲି ପୋଲିସ

1 min read

କଟକ : ଠକେଇର ନୂଆ ତରିକା । ଷଷ୍ଠ ବାଟାଲିୟନ ଚୂନ ଲଗାଇଲେ ନକଲି ପୋଲିସ ଠକ । ପୋଲିସ କର୍ମଚାରୀର ପରିଚୟ ଦେଇ ବନ୍ଧୁତା ସ୍ଥାପନ କରିବା ପରେ ବିଶ୍ବାସ ଜନ୍ମାଇ ଟଙ୍କା ନେଇ ଠକ ଫେରାର । ଏପରି ଏକ ଠକେଇ ଘଟଣାର ପର୍ଦ୍ଦାଫାସ କରିବା ସହ ଏହି ଠକେଇ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏହା ସହ ଅଭିଯୁକ୍ତଙ୍କଠାରୁ ଠାରୁ ୨ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ କରିଛି ପୋଲିସ ।

ଅଭିଯୁକ୍ତମାନେ OSAPରେ ଚାକିରୀ କରିଥିବା ଦୁଇ ଜଣ ପୋଲିସ କର୍ମୀଙ୍କୁ ୧୦ ଲକ୍ଷ ଟଙ୍କାର ଶହେ ଟଙ୍କିଆ ନୋଟ୍ ବଦଳେଇବାକୁ କହିଥିଲେ। ଶହେ ଟଙ୍କିଆକୁ ୫ ଶହ ଟଙ୍କିଆ ନୋଟରେ ପରିବର୍ତ୍ତିତ କଲେ ୧୦ ପ୍ରତିଶତ କମିଶନ ମିଳିବ ବୋଲି ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ଠକି ନେଇଥିଲେ।

Advertisement

ତେବେ ଅଭିଯୋଗକାରୀ ପୋଲିସ କର୍ମୀ ୧୦ ଲକ୍ଷ ଟଙ୍କା ଯୋଗାଡ଼ କରି ଦେବା ପରେ ଅଭିଯୁକ୍ତମାନେ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏହା ସହ ଉପରେ ଟଙ୍କା ଓ ଭିତରେ କାଗଜ ଥିବା କିଛି ଟଙ୍କାମିଶା କାଗଜକୁ ପୋଲିସ ଜବତ କରିଛି । ଅଧିକ ଟଙ୍କା ପାଇବାର ଲୋଭର ବଶବର୍ତ୍ତୀ ହୋଇ ପୋଲିସ କର୍ମଚାରୀମାନେ ଠକାମୀର ଶିକାର ହୋଇଛନ୍ତି। ଏମାନଙ୍କ ନାଁରେ ଓଡିଶାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *