Pratidin TV

Odisha's Digital News Platform

ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଅପହରଣ ଉଦ୍ୟମ ପଣ୍ଡ …

ଯାଜପୁର ; ରୁମାଲରେ ମୁହଁ ପୋଛିବାକୁ ଅରାଜି ହେବାରୁ ରାସ୍ତାରେ ଛୁରା ଧରି ଗୋଡ଼ାଇଲେ ଦୁର୍ବୃତ୍ତ । ଦିନକୁ ଦିନ ଯାଜପୁର ଜିଲ୍ଲା ଜାରକା ଅଞ୍ଚଳ ଅପରାଧୀ ମାନଙ୍କ ଅକ୍ତିଆର କୁ ଚାଲି ଯାଉଛି । ସ୍କୁଲ ଯିବା ବାଟରେ ଜଣେ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରି ଫେଲ୍ ମାରିଛନ୍ତି ଦୁର୍ବୃତ୍ତ। ଏପରିକି ଅରାଜି ହେବାରୁ ତାକୁ ଛୁରା ଧରି ଗୋଡ଼ାଇକୁ ପଛାଇ ନାହାନ୍ତି ଦୁର୍ବୃତ୍ତ।

ଜାରକା ଅଞ୍ଚଳରେ ପ୍ରଥମ ଥର କରି ଏଭଳି ଘଟଣା ସମସ୍ତକୁ ଯେତିକି ଚକିତ କରିଛି ତାହା ଠୁ ବେଶୀ ସ୍ଥାନୀୟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।ଏହି ଘଟଣା ପରେ ଅବିଭାବକ ଓ ଛାତ୍ର ଛାତ୍ରୀ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଛି ।ବୁଧବାର ଦିନ ଧର୍ମଶାଳା ଅଞ୍ଚଳର ସୁଶାନ୍ତ ବେହେରାଙ୍କ ପୁଅ ଓମ୍ ସାଇ ପ୍ରସାଦ ଯେକି ଧର୍ମଶାଳା ଆଦର୍ଶ ବିଦ୍ୟାଳୟରେ ପଢୁଥିବାବେଳେ ଦିନ ୯.୩୦ ମିନିଟ ସମୟରେ କୋଚିଂ କ୍ଲାସରୁ ସ୍କୁଲ ଯାଇଥିବା ସମୟରେ ଜାରକା ଷ୍ଟାଡିୟମ୍ ନିକଟରେ ଦୁଇଜଣ ଯୁବକ ତାଙ୍କୁ ବାଇକ୍ ଯୋଗେ ସ୍କୁଲରେ ଛାଡି ଦେବାକୁ କହିଥିଲେ ସେ ମନା କରିବାରୁ ତାକୁ ମୁହଁ ପୋଛିବା ପାଇଁ ରୁମାଲ୍ ଯାଚିଥିଲେ ସେ ରାଜି ନହେବାରୁ ତାକୁ ଏକ ଛୁରା ଧରି ଗୋଡାଇ ଥିଲେ ସେହି ସମୟରେ ଏକ ଅଟୋ ଆସିବାରୁ ଏହି ଦୁଇଜଣ ଯୁବକ ଫେରି ଯାଇଥିଲେ।

ଏହି ଅଞ୍ଚଳ ନିଛାଟିଆ ହୋଇଥିବାରୁ ବିଭିନ୍ନ ସମୟରେ ଅସାମାଜିକ ଲୋକଙ୍କର ଉପଦ୍ରବ ବୃଦ୍ଧି ପାଉଛି । ଏନେଇ ଶ୍ରୀ ବେହେରା ଜାରକା ଫାଣ୍ଡିରେ ଏତଲା ଦେବା ସହ ପାଣ୍ଡି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏଠାରେ ସ୍କୁଲ, କଲେଜ ରହିଛି ଏହି ରାସ୍ତା ଦେଇ ବଡ଼ ବଡ଼ ଟ୍ରକ୍ ଯାତାୟାତ କରିବା ସହିତ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଫଳରେ ଛାତ୍ର ଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଜଣେ ପୁଲିସ କର୍ମଚାରୀ ମୁତୟନ କରିବାକୁ ଅନୁରୋଧ କରିଥିଲେ । ଘଟଣା ସ୍ଥଳକୁ ଫାଣ୍ଡି ଅଧିକାରୀ ଯାଇ ଅଧିକ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *