Pratidin TV

Odisha's Digital News Platform

୬ ବର୍ଷର ଶିଶୁକନ୍ୟା ହେଲା କୁକର୍ମର ଶିକାର…. ମା ଆଗରେ ଭୋ ଭୋ କାନ୍ଦିକରି କହିଲା ସବୁ ଘଟଣା

ପୁଣି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ପୁଣି ଶିଶୁ କନ୍ୟା ସହ ହୋଇଛି ନିର୍ଦ୍ଦୟତାର କାଣ୍ଡ | କୋଟପାଡ଼ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା | ୬ ବର୍ଷର ଶିଶୁକନ୍ୟାକୁ ହୋଇଛି ଦୁଷ୍କର୍ମ | ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ ଗତକାଲି ଝିଅର ବାପା ଜଣେ ମିସ୍ତ୍ରୀ ସେ କାମକୁ ଯାଇଥିଲେ ଏବଂ ମାଆ ଘରେ ରୋଷେଇ କରୁଥିଲେ ୬ ବର୍ଷର ଝିଅ ଖେଳୁଥିବା ସମୟରେ ପଡୋଶୀ ଦୀପକ ହରିଜନ ଝିଅକୁ ମୋବାଇଲରେ କାର୍ଟୁନ ଦେଖେଇବା ଆଳରେ ନିଜ ଘରର ଲାଟ୍ରିନକୁ ଡାକି ନେଇ ଦୁଷ୍କର୍ମ କରିଥିଲେ | ମାଆ ଆଗରେ କାନ୍ଦି କାନ୍ଦି ସବୁ ଘଟଣା ବଖାଣିଥିଲା ଝିଅ।ପରେ ପରିବାର ଲୋକେ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଏବଂ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *