Pratidin TV

Odisha's Digital News Platform

୭ କୁକୁରଙ୍କୁ ଗିରଫ୍ କଲା ପୋଲିସ୍ , ଜାଣନ୍ତୁ କାହିଁକି ..

1 min read

ନୂଆଦିଲ୍ଲୀ : ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରିଦେବ । ଆଜ୍ଞା ହଁ ଆପଣମାନେତ ମଣିଷମାନଙ୍କୁ ଅପରାଧିକ ଘଟଣାରେ ଜେଲ ଯାଇଥିବା ବା ଗିରଫ୍ ହେବା ଘଟଣା ଶୁଣିଥିବେ ବା ଦେଖିଥିବେ । କିନ୍ତୁ କଣ ଆପଣମାନେ କୁକୁରକୁ କେବେ ଜେଲ୍ ଯିବା ଅବା ଗିରଫ୍ ହେବା କଥା ଶୁଣିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି ନାଁ । କିନ୍ତୁ ସତ ।

ସୂଚନାଯୋଗ୍ୟ ଯେ ଇଂଲଣ୍ଡରେ ୭ଟି କୁକୁରୁଙ୍କୁ ଗିରଫ କରିଛି ପୋଲିସ । ଏମିତି ଏକ ମାମଲା ଇଂଲଣ୍ଡରେ ଦେଖିବାକୁ ମିଳିଛି । ବର୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ମଣିଷକୁ ଜେଲରେ ରଖିବା ବିଷୟରେ ଶୁଣିଥିବେ । ସାଧାରଣତଃ ଅପରାଧ ଘଟଣାରେ ମଣିଷ ଜେଲକୁ ଯାଏ, କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ କୁକୁରମାନଙ୍କୁ ଜେଲକୁ ଯିବାକୁ ପଡୁଥିଲା । ଅପରାଧ ଦୁନିଆରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଯାହା ଘଟିଛି ତାହା ହେଉଛି ପୋଲିସ ୭ ଟି କୁକୁରକୁ ଜେଲରେ ବନ୍ଦୀ କରି ରଖିଛି ।

Advertisement

ପୋଲିସ କହିଛି ଯେ ଏହି କୁକୁରମାନେ ଜଣେ ଝିଅଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିପାଇଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି ବିଷୟ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡର ସୁରେରେ କିଛି କୁକୁର ଲୋକଙ୍କ ଆକ୍ରମଣ କରୁଥିବା ଖବର ମିଳିଥିଲା । ସେଥିରେ ଜଣେ ୨୦ ବର୍ଷିୟା ଝିଅଙ୍କୁ କୁକୁର କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମହିଳା କୁକୁରର ଆକ୍ରମଣର ଶିକାର ହୋଇ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି । ନ୍ୟାଶନାଲ ପୋଲିସ ଏୟାର ସର୍ଭିସ ସେଠାରେ ପହଂଚି ପରିସ୍ଥିତିକୁ କାବୁ କରିଥିଲେ । ଏଥିରେ ସୁରେ ପୋଲିସ ୭ କୁକୁରକୁ କାବୁ କରି ହାଜତକୁ ନେଇଛି । ତେବେ କୁକୁରକୁ ମଣିଷ ଅଧିକ ଭରସା କରଥାନ୍ତି । ହେଲେ ଏପରି ଘଟଣା ପରେ ସେଠାରେ କୁକୁର ପ୍ରତି ଲୋକଙ୍କ ଭୟ ବଢିଯାଇଛି । ସବୁ କୁକୁରଙ୍କୁ ଯାଂଚ କରାଯାଉଥିବାବେଳେ ଅଂଚଳର ସମସ୍ତଙ୍କୁ ଘରେ ତାଲା ପକାଇବାରୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ କହିଛି ଯେ କୁକୁର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଝିଅର ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ ଏବଂ କୁକୁରମାନଙ୍କ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରୁଛୁ । ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଝିଅ ଉପରେ ଆକ୍ରମଣ କରିଥିବା କୁକୁରମାନଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ହେପାଜତରେ ଅଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କୌଣସି ପ୍ରକାରେ କଳ୍ପନା ନକରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *