Pratidin TV

Odisha's Digital News Platform

ଓଡିଶାବାସୀଙ୍କୁ ରାହୁଲଙ୍କ ୭ଟି ଗ୍ୟାରେଣ୍ଟି , ଜାଣନ୍ତୁ ଓଡିଶା ବାସୀଙ୍କୁ କି କି ପ୍ରତିଶୃତି ଦେଲେ ରାହୁଲ ?

1 min read

ଆଜି ଓଡିଶା ଗସ୍ତରେ ଆସି ପ୍ରଥମେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଛନ୍ତି କଂଗ୍ରେସ୍ ନେତା ରହୁଲ ଗାନ୍ଧୀ । ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ । ସେଠାରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ । ତେବେ ଏଠି ଆୟୋଜିତ ହୋଇଥିବା ସଭାରେ ରାହୁଲ ନିଜ ବକ୍ତବ୍ୟ ରଖି ପ୍ରଥମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ର୍ଟାଗେଟ୍ କରିଥିଲେ । ସେ କହିଥିଲେ ଓଡିଶାରେ ବିଜେପି-ବିଜେଡି ବାହାଘର ହୋଇ ସାରିଛି । ଏବେ କଂଗ୍ରେସ ନିଜ ବଳ ଦେଖାଇବା ତେବେ ରାହୁଲ ସଭାରେ ଓଡିଶା ବାସୀଙ୍କୁ କଂଗ୍ରେସ ର ୫ଗ୍ୟାରେଣ୍ଟି ଦେଇଛନ୍ତି । ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ । କଂଗ୍ରେସ ସରକାରକୁ ଆସିଲେ, ଲୋକଙ୍କୁ କେଉଁ କେଉଁ ସୁବିଧା ଦେବ ବୋଲି କଂଗ୍ରେସ ଗ୍ୟାରେଣ୍ଟି ଦେଇଛି ଆସନ୍ତୁ ଜାଣିବା ।

Advertisement

-ମୋଦି ଅରବପତିଙ୍କ ଋଣ ଛାଡ କରିଛି ଆମେ କୃଷକ ମାନଙ୍କ ଋଣ ଛାଡ କରିବୁ ।
– ମହିଳାଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯିବ
– ବେକାର ଯୁବକଙ୍କୁ ମାସିକ ୩ହଜାର ଟଙ୍କା ମିଳିବ, ସମସ୍ତ ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ।
– ୫ଶହ ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି ।
– ଧାନ ଏମଏସପି ୩ହଜାର ଟଙ୍କା କରାଯିବ
– ମନରେଗା ମଜୁରି ୪ଶହ ଟଙ୍କା କରାଯିବ
-ଆଦିବାସୀଙ୍କୁ ଜମି ଫେରାଇବ।ର ଗ୍ୟାରେଣ୍ଟି

Leave a Reply

Your email address will not be published. Required fields are marked *