Pratidin TV

Odisha's Digital News Platform

ରାଜ୍ୟରୁ ନିପାତ୍ ହେବେ ମଦ ମାଫିଆ ; ୭ ଲକ୍ଷର ମଦ ଓ ଗୁଡ ପୋଚ ସହ ୩ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ …

କଟକ : କଟକ ଜିଲ୍ଲା ଅବକାରୀ ବିଭାଗ ଆରକ୍ଷୀ ଅଧ୍ୟକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡପୋଚ ନଷ୍ଟ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ, ପାଂଚଗାଁ, ଭିରୁଡା, ପଣଷପାଟଣା ଆଦି ଗାଁରେ ଚାଲିଥିବା ମଦ ରନ୍ଧା କାରଖାନାରେ ମିଳିତ ଚଢାଉ ହୋଇଥିଲା । ଏହିସବୁ ଅଂଚଳରୁ ୧୦,୦୫୦ ଲିଟର ରନ୍ଧା ଦେଶୀ ମଦ ଓ ୧୧,୯୦୦ ଲିଟର ଗୁଡ ପୋଚକୁ ବିଭାଗୀୟ ଅଧିକାରୀ ମାନେ ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଆକଳନ କରାଯାଇଛି। ଏହାଛଡା ପାଂଚଗାଁ ଏବଂ ଅଚଳକୋଟ ଅଂଚଳରେ ଚଢାଉ କରାଯାଇ ସେହି ଅଂଚଳରୁ ୨୦୮ ଲିଟର ଦେଶୀ ମଦ ଏବଂ ୫.୨୦୦ ଲିଟର ବିଦେଶୀ ମଦ ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତଙ୍କୁ ଆଠଗଡ କୋର୍ଟକୁ ଚାଲାଣ କରାଯାଇଥିବା ଏହି ସୂତ୍ରରୁ ଜଣାଯାଇଛି । ଶୁକ୍ରବାର ହୋଇଥିବା ଏହି ଚଢାଉରେ ଆଠଗଡ ରଂଜ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ୍, ମୋବାଇଲ ଏସ୍ ଆଇ ଅଜିତ୍ କୁମାର ପାତ୍ର,ଏସ ଆଇ ସୌମ୍ୟ ରଂଜନ ମାଝୀ, ସନାତନ ବେହେରା, ସନାତନ ବେହେରା, ସନ୍ତୋଷ କୁମାର ମହାରଣା ପ୍ରମୁଖ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ଘଟଣାରେ ୮ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *