Pratidin TV

Odisha's Digital News Platform

କ୍ୟାବିନେଟ ବୈଠକରେ ୭ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର , କାମଧେନୁ ଯୋଜନା ସହ ହାଇକୋର୍ଟରେ ହେବ ବଡ ପରିବର୍ତ୍ତନ …

1 min read

ଶନିବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ଗତକାଲି ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ।

ବୈଠକରେ ଆଲୋଚନା ପୂର୍ବକ ବିଭିନ୍ନ ୬ ଟି ବିଭାଗର ୭ ଟି ପ୍ରସ୍ତାବକୁ ବୈଠକରେ ପାରିତ ହୋଇଥିଲା ।
ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରେ ଶେଷ ହେଉଥିଲା।କିନ୍ତୁ ତାକୁ ଆଉ ଦେଢ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।ସେହିପରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ଗୋପାଳନ, ଗୋସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା, ବାଛୁରୀ ମାନଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀ ଙ୍କୁ ଲୋନ ସମୟରେ ସହାୟତା, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡ କୁ ସଶକ୍ତ ପାଇଁ ସହାୟତା ପାରିତ ହୋଇଛି। ଏଥିରେ ଆଗାମୀ ୫ ବର୍ଷ ରେ ୧୪୨୩ କୋଟି ଟଙ୍କା ର ସହାୟତା ରାଶି ପ୍ରଦାନ ପାଇଁ ଅନୁମୋଦନ କରାଯାଇଛି।

Advertisement

ଓମଫେଡକୁ ସଶକ୍ତ କରିବା ପାଇଁ ସହାୟତା ଦେବେ ସରକାର । ଫଡର ଚାଷ ପାଇଁ ଚାଷୀଙ୍କୁ ଇନସେନଟିଭ ଦିଆଯିବ । ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ । ୩୦ ମାସ ମଧ୍ୟରେ କ୍ବାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ବରିଷ୍ଠ ବିଚାରପତି, ଜୁଡିସିଆଲ ଅଫିସରଙ୍କ ପାଇଁ ନିୟମରେ ସଂଶୋଧନ କରାଯାଇଛି ।

Leave a Reply

Your email address will not be published. Required fields are marked *