Pratidin TV

Odisha's Digital News Platform

ଆସିଲାନି ଆମ୍ବୁଲାନ୍ସ ; ରୋଗୀଣା ବାପାକୁ ଠେଲା ଗାଡିରେ ହସ୍ପିଟାଲ ନେଲା ୭ ବର୍ଷର ପୁଅ ..

1 min read

ମଧ୍ୟପ୍ରଦେଶ : ବାରମ୍ବାର ଫୋନ ସତ୍ୱେ ଆସିଲାନି ଆମ୍ବୁଲାନ୍ସ । ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ । ଏମିତି ଏକ ହୃଦୟ ବିଦାରକ ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି ।

Advertisement

ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି । ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଥିରେ ଅସୁସ୍ଥ ବାପା ତାର ୭ ବର୍ଷର ପୁଅ ଆଣିଥିବା ଠେଲାରେ ଡାକ୍ତରଖାନା ଯାଉଥିବାର ନଜର ଆସିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯାହା ସ୍ଥାନୀୟ ପ୍ରଶାସନ ତଥା ଶିବରାଜ ସିଂହ ସରକାର ଉପରେ ପ୍ରଶ୍ନ ଉଠାଇଛି ।

ଏହି ମାମଲା କୋଟୱାଲି ସହରର ବାଲିଅରି ଅଂଚଳର । ଶାହ ପରିବାରରେ ହଠାତ୍ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କ ପତ୍ନୀ ଏବଂ ପୁଅ ଅନେକ ଥର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପହଂଚି ପାରି ନଥିଲା । ୨୦ ମିନିଟ୍ ପରେ, ତାଙ୍କର ସାତ ବର୍ଷର ନିରୀହ ପୁଅ ଏବଂ ସ୍ତ୍ରୀ ତାଙ୍କୁ ଏକ ଠେଲାରେ ରଖି ଚିକିତ୍ସା ପାଇଁ ତିନି କିଲୋମିଟର ଦୂରରେ ଥିବା ସରକାରୀ ଡାକ୍ତରଖାନାରେ ପହଂଚିଥିଲେ । ଜଣେ ୟୁଜର୍ସ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଭିଡିଓରେ ଟଙ୍କା ଅଭାବ ଏବଂ ବାପାଙ୍କ ବଢୁଥିବା ଯନ୍ତ୍ରଣା ଦେଖି ନିରୀହ ପୁଅ ନିଜେ ବାପାଙ୍କୁ ଏକ ଠେଲାରେ ନେଇ ଡାକ୍ତରଖାନା ଆଡକୁ ଯାଇଥିଲା । ସେ ଠେଲାଟିକୁ ତିନି କିଲୋମିଟର ଠେଲି ଡାକ୍ତରଖାନାରେ ପହଂଚିଥିଲେ । ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *