Pratidin TV

Odisha's Digital News Platform

୭ ବର୍ଷର କୁନି ଝିଅ ଖେଳୁଥିବା ବେଳେ ଟାଣି ନେଲା ପିଟବୁଲ

1 min read

କୁକୁରକୁ ବହୁତ ଜଣ ଡରିଥାନ୍ତି | ଆଉ ବହୁ ଲୋକ ପସନ୍ଦ ମଧ୍ୟ କରିଥାନ୍ତି | ଯାହା କାରଣରୁ ସସେମାନେ ତାଙ୍କୁ ପୋଷା ଆକାରରେ ଘରେ ରଖିଥାନ୍ତି | ସାରା ଦୁନିଆରେ କୁକୁରଙ୍କୁ ବିଶ୍ୱସ୍ତ ବୋଲି କୁହାଯାଏ ଏବଂ ସମସ୍ତେ ତାହା ମାନିଥାନ୍ତି | ହେଲେ ବେଳେ ବେଳେ ଦେଖାଯାଉଥିବା ସୁନ୍ଦର ଆଉ ପସନ୍ଦ ଆସୁଥିବା ଏହି ଯିବା ସାଜିଯାଏ ଭକ୍ଷକ | କିନ୍ତୁ କିଛି ମାସ ହେବ ବଢ଼ିବାରେ ଲାଗିଛି କୁକୁର ଆକ୍ରମଣ | ଛୋଟ ଛୁଆଙ୍କୁ ଦେଖିଲେ ଝୁଣି ପକାଉଛନ୍ତି କୁକୁର | କିଛି ରପରି ଘଟଣା ଆସିଛି ରାଜଧାନୀ ଦିଲ୍ଲୀରୁ | ପିଟବୁଲ ଆକ୍ରମଣର ଶିକାର ହୋଇଛି କୁନି ଝିଅ |

ସୂଚନା ମୁତାବକ, ଶୁକ୍ରବାର ଦିନ ୭ ବର୍ଷର କୁନି ଝିଅ ନିଜ ଘରେ ବାହାରେ ଖେଳୁଥିଲା | ସେହି ସମୟରେ କୁକୁରଟି ହଠାତ କରିଥିଲା ଆକ୍ରମଣ | ପୋଷା ପିଟ୍‌ବୁଲ କୁନି ଝିଅକୁ ଟାଣି ନେଇ ରକ୍ତାକ୍ତ କରିଦେଇଥିଲା | ଏହାଦେଖି ଆଖ ପାଖ ପଡୋଶୀମାନେ କୁନି ଝିଅକୁ ବଞ୍ଚାଇବାକୁ ଯାଇ ଦୌଡ଼ି ଆସିଥିଲେ | କିନ୍ତୁ ସେତେବଳେକୁ ପିଟବୁଲଟି ତାକୁ ଆକ୍ରମଣ କରି ନିଜ ଆଡକୁ ଟାଣି ଦୌଡ଼ିଥିଲା | ପରେ ଝିଅକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ପରେ ଝିଅର ବାପା ପିଟବୁଲ କୁକୁର ମାଲିକ ନାଁ ରେ ପୋଲସ ଥାନାରେ ଅଭିଯୋଗ ଦେଇଥିଲେ | ପୋଲିସ ଏହି ଘାଟରେ ଯାଞ୍ଚ କରି ତାଙ୍କ ନାଁ ରେ ମାମଲା ରୁଜୁ କରିଥିଲା |

Advertisement

Leave a Reply

Your email address will not be published. Required fields are marked *