୭ବର୍ଷର ଜୋମାଟୋ ବୟ : ଦିନରେ ସ୍କୁଲ ରାତିରେ ଡିଉଟି
1 min readନୂଆଦିଲ୍ଲୀ : କଥାରେ ନାହିଁ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି କାନ ଧରି ମଣିଷକୁ ସବୁକିଛି କରିବାକୁ ବାଧ୍ୟ କରିଥାଏ । ଆଜି ଏମିତି ଏକ ଭାବପ୍ରବଣତା ଭରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ । ଦିଲ୍ଲୀର ଜଣେ ନିବାସୀ ରାହୁଲ ମିତ୍ତଲ ନିଜ ଟ୍ୱିଟ୍ ଆକାଉଣ୍ଟ ମାଧୟମରେ ଏକ ଭିଡିଓ ପ୍ରସାର କରିଛନ୍ତି । ଯାହା ଏବେ ପୁରା ସୋସିଆଲ ମିଡିଆରେ ଭାଇରାଲ ଦେବାରେ ଲାଗିଛି । ଭିଡିଓଟି ମାତ୍ର ୩୦ ସେକେଣ୍ଡର କିନ୍ତୁ ସେଥିରେ ଥିବା ଦୁଶ୍ୟ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି ।
୭ ବର୍ଷର ଛୁଆ ସେଥିରେ ନିଜ କର୍ତ୍ତବ୍ୟ କୁ ଦର୍ଶେଇ ଦୁଇପଦ କହିଛି । ତେବେ ପରିସ୍ଥିତିରେ ପଡି ୭ ବର୍ଷର ଛୁଆ ସାଜିଛି ଜୋମାଟୋ ଡେଲିଭରି ବଏ । ପିଲାଟି ସକାଳୁ ସ୍କୁଲ ଯାଏ ତାପରେ ସନ୍ଧ୍ୟାରେ ଆସି ଘର ଘର ବୁଲି ଖାଇବା ପାରସଲ୍ ଦିଏ ରାତି ୧୧ଟା ଯାଏ । ଏହି ବାଳକଟିର ବାପା ଜୋମାଟୋରେ ଡେଲିଭରି କାମ କରୁଥିଲେ । କିନ୍ତୁ ଏକ ଦୁର୍ଘଟଣା ପରଠୁ ସେ ଅସୁସ୍ଥ ହୋଇପଡିଥିବାରୁ । ପରିବାରର ଭରଣ ପୋଷଣ ସହ ବାପାଙ୍କ ଚିକିତ୍ସା ପାଇଁ କୁନି କାନ୍ଧରେ ଉଠାଇଛି ପରିବାରର ବୋଝ । ସନ୍ଧ୍ୟା ୬ ରୁ ରାତି ୧୧ ଟା ଯାଏଁ ସାଇକେଲରେ ଘର ଘର ବୁଲି ଡେଲିଭରି କରୁଛି ଖାଦ୍ୟା । ଛୋଟ ବୟସରୁ ପିଲାଟିର ପରିଶ୍ରମ ଓ ନିଜ ଉପରେ ଆତ୍ମବିଶ୍ୱାସ ହଜାର ହଜାର ଲୋକଙ୍କୁ ଚକିତ କରିଦେଇଛି ।