Pratidin TV

Odisha's Digital News Platform

ପରିଣତ ବୟସରେ ପେନସନ ପାଇଁ ଡହଳ ବିକଳ ବୃଦ୍ଧା ମାଉସୀ..

1 min read

ନବରଙ୍ଗପୁର : ପରିଣତ ବୟସରେ ପେନସନ ପାଇଁ ଡହଳ ବିକଳ ବୃଦ୍ଧା, ଚୌକି ସାହାଯ୍ୟରେ ଚାଲିଲେ କୋଷ କୋଷ ବାଟ ,ହେଲେ ମିଳୁନି ପେନସନ୍ । ଜଣେ ବୃଦ୍ଧା ଯାହାଙ୍କ ବୟସ ପାଖାପାଖି ସତୁରୀରୁ ଉର୍ଦ୍ଧ ହେବ, ଦେହରେ ଚାଲିବା ଶକ୍ତି ନାହିଁ କି ଜୋର ରେ କଥା ବି ପାଟିରୁ ବାହାରୁ ନଥାଏ, କଙ୍କାଳ ପ୍ରାୟ ଶରୀର ତାଙ୍କ, ହେଲେ ଖାଲି ପାଦରେ ଏକୁଟିଆ ଗୋଟିଏ ପ୍ଲାଷ୍ଟିକ ଚୌକି ଭରସାରେ ଚାଲିଚାଲି ଯାଉଥିବା ଦୃଶ୍ୟ ନିଶ୍ଚିତ ଭାବେ କେତେଯେ କଷ୍ଟଦାୟକ ତାହା ନ ଦେଖିଲେ ବିଶ୍ୱାସ କରିହେବନି। ପେନସନ ଆଣିବାକୁ ଯାଇ ଗୋଡ଼ ହରେଇଲା ହେଲେ ପେନସନ ମିଳିଲା ନାହିଁ, ଯେଉଁଠିକୁ ଗଲେ ଆଙ୍ଗୁଠି ମିସୁନଥିବା କହି ଫେରେଇଦେଲେ ହେଲେ ଏବେ ଏଠି ବ୍ୟବସ୍ଥା ଦାୟୀ କି କାର୍ୟ୍ୟରତ କର୍ମଚାରୀ ।

ଏଭଳି ପରିଣତ ବୟସରେ ମାସ ଶେଷରେ ମିଳୁଥିବା ସରକାରୀ ପେନସନ ଟିକାକୁ ନେଇ ଆଶାବାନ୍ଧି ରହିଥିବା ବୃଦ୍ଧା ଜଣକ କିଭଳି ଚୌକି ସହାୟତାରେ ଏ ବ୍ୟାଙ୍କରୁ ସେ ବ୍ୟାଙ୍କକୁ ଯାଇ ହତାଶ ହେଉଛନ୍ତି ତାହା ହେଉଛି ସରକାରୀ ବ୍ୟବସ୍ଥାର ନଗ୍ନ ଦୃଶ୍ୟକୁ ଦେଖାଇଛି । ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ୟ୍ୟ ହରିଜନ । ବୟସ ସତୁରୀରୁ ଉର୍ଦ୍ଧ ହେବ ଅସହାୟ ଏହି ବୃଦ୍ଧା ଜଣକ ପେନସନ ଟିକକ ପାଇଁ କେଉଁଠିକୁ ନ ଯାଇଛନ୍ତି, ହେଲେ ସବୁଠି ଗୋଟିଏ କଥା ଅଙ୍ଗୁଠି ମିଶୁନି ଏଭଳିକି ପେନସନ ପାଇଁ ଯାଇ ହତାଶ ହୋଇ ଫେରିବା ବାଟରେ ପଡି ଗୋଡ଼ ବି ଭାଙ୍ଗିଗଲା ଏବେ ସେ ଚାଲିବା ବୁଲିବା ପାଇଁ ମଧ୍ୟ ଅକ୍ଷମ ତଥାପି ବୃଦ୍ଧା ଜଣକ ପେନସନ ପାଇଁ ଚୌକି ସହାୟତାରେ କୋଷ କୋଷ ବାଟ ଚାଲି ଚାଲି ଯାଉଥିବା କହିଛନ୍ତି ।

Advertisement

ସେପଟେ ସୂର୍ୟ୍ୟଙ୍କ ବଡପୁଅ ସୀତାରାମ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବାବେଳେ ସାନ ପୁଅ ମଶୁରାମ ଗାଁ ଲୋକଙ୍କ ଗାଈ ଚରେଇ ଯିଏ ଯାହା ଦେଲା ସେଥିରେ ପେଟ ପୋଶୁଛି, ସେଥିରେ ଏହି ବୃଦ୍ଧାଙ୍କ ସ୍ଥିତି ଯେ କିପରି ଥିବ ତାହା ସହଜରେ ଅନ୍ମେୟ । ଅନ୍ୟପଟେ ଦୀର୍ଘ ଚାରି ମାସ ପରେ ଉକ୍ତ ଖବର ଆମ ନଜରକୁ ଆସିବାରୁ ତାଙ୍କୁ ନେଇ ଆମେ ଝରିଗାଁ ସ୍ଥିତ ଷ୍ଟେଷ୍ଟ୍ ବ୍ୟାଙ୍କ ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ସେ ସଙ୍ଗେ ସଙ୍ଗେ ବୃଦ୍ଧାଙ୍କୁ ପେନସନ ଟଙ୍କା ପ୍ରଦାନ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *