Pratidin TV

Odisha's Digital News Platform

ଜେଲ ଚାରିକାନ୍ଥ ଭିତରୁ ବାହାରିଲା ପ୍ରତିଭା , ତିହାର ଜେଲର ୭୦୦ କଏଦୀଙ୍କୁ ମିଳିଲା ଚାକିରି ..

ଅପରାଧ କରିବା ପରେ ଜେଲ୍ ରେ ରହିଥିବା କଏଦୀ ମାନେ ଏବେ ହୋଇଛନ୍ତି ସମାଜର ମୁଖ୍ୟସ୍ରୋତରେ ସାମିଲ । ଏବେ ଅପରାଧୀ ପାଲଟି ଯାଇଛନ୍ତି ଚଣ୍ଡାଶୋକରୁ ଧର୍ମାଶୋକ । ଅପରାଧ କରି ଯେଉଁ ଅପବାଦ ମୁଣ୍ଡାଇଥିଲେ , ହେଲେ ଏବେ ଜେଲ୍ ରେ ପାଠ ପଢି ନିଜକୁ କରିପାରିଛନ୍ତି ଯୋଗ୍ୟ । ଦିନେ ଅପରାଧୀ ପାଲଟି ଅନ୍ୟମାନଙ୍କ ଘୃଣାର ପାତ୍ର ପାଲଟିଥିଲେ ଆଜି ସେହି ଅପରାଧୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛନ୍ତି । ଏବେ ଜେଲ୍ ରେ ରହି ୭୦୦ କଏଦୀଙ୍କୁ ମିଳିଛି ନିଯୁକ୍ତି । ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିୱାଲଙ୍କ ସୂଚନା ଅନୁସାରେ ଜେଲର ୭୦୦ କଏଦୀଙ୍କୁ ଚାକିରି ମିଳିଥିବା ବେଳେ ଆଉ ୧୨୦୦ ଜଣ କଏଦୀ ଖୁବଶୀଘ୍ର ନିଯୁକ୍ତି ପାଇବାକୁ ଯାଉଛନ୍ତି । ଜେଲ ପକ୍ଷରୁ ‘କଏଦୀ କୌଶଳ ବିକାଶ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା ।

ଯାହାକି ବହୁ ସଫଳତା ହାସଲ କରିଛି । କାରଣ ଜେଲର ୭୦୦ କଏଦୀଙ୍କୁ ମିଳିଛି ଚାକିରି । ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ସଞ୍ଜୟ କହିଛନ୍ତି ଯେ ସେ ଚାକିରି ପାଇଥିବା କଏଦୀଙ୍କୁ ଦେଖି ବେଶ ଆନନ୍ଦିତ । ବୈନିବାଲ ୨୦୨୨ରୁ ଜେଲରେ ଡିଜି ଭାବେ ଦାୟିତ୍ୱରେ ଅଛନ୍ତି । ନିଜ କାର୍ଯ୍ୟକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ, ” ଆମେ ସହରି ବିକାଶ ମନ୍ତ୍ରାଳୟ ସହାୟତାରେ କଏଦୀ କୌଶଳ ବିକାଶ ଅଭିଯାନ ଆରମ୍ଭ କରିଥିଲୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ଚାକିରି କରୁଛନ୍ତି । ସେହିପରି ୧୨୦୦ କଏଦୀ ହସ୍ପିଟାଲରେ ଚାକିରି କରିବା ଲାଗି ଏବେ ତାଲିମ ନେଉଛନ୍ତି ।”ଜେଲ ଅଧିକାରୀଙ୍କ କହିବାନୁସାରେ, ଜେଲ ଭିତରେ କଏଦୀଙ୍କୁ ଭିତ୍ତିଭୂମି ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଥିଲା । ବେନିୱାଲ କହିଛନ୍ତି ଯେ କୌଶଳ ପ୍ରଦାନ କରିବା ଏବଂ କଏଦୀଙ୍କୁ ସଶକ୍ତ କରିବା ହେଉଛି ଏପରି ଏକ ପ୍ରୟାସ ଯାହା ସେମାନଙ୍କୁ ଯୋଗ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *