Pratidin TV

Odisha's Digital News Platform

ଭୂକମ୍ପରେ ଥରିଲା ଫିଲିପାଇନ୍ସ, ଉପକୂଳରେ ସୁନାମୀ ଆଶଙ୍କା ନେଇ ରହିଛି ଆଲର୍ଟ..

1 min read

ହଠାତ ଥରି ଉଡିଲା ଫିଲିପାଇନ୍ସ । ଏହି ଦେଶର ଦକ୍ଷିଣ ଭାଗରେ ଥିବା ‘ମିଣ୍ଡାନାଓ’ରେ ବଡ଼ ଧରଣର ଦେଲା ଭୂକମ୍ପ ଝଟକା । ତେବେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଧା କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି । ଏ ନେଇ ତାଙ୍କ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଦକ୍ଷିଣ ଫିଲିପାଇନ୍ସର ମାଇଣ୍ଡାନାଓରେ ଅତି କମରେ ୭.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଏକ ମିଟର (୩ ଫୁଟ) କିମ୍ବା ତା’ଠାରୁ ଅଧିକ ସୁନାମି ତରଙ୍ଗର ଚେତାବନୀ ହେତୁ କିଛି ଅଞ୍ଚଳ ତଥା ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳ ପାଇଁ ସ୍ଥାନାନ୍ତର ଆଦେଶ ସୃଷ୍ଟି କରିଥିଲା ।

ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରି ଦୂରକୁ ଚାଲିଯିବାକୁ କୁହାଯାଇଛି । ଜାପାନ ସରକାର ମଧ୍ୟ ଉପକୂଳ ଅଂଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁରୋପୀୟ ସିସମୋଲୋଜିକାଲ୍ ସେଂଟର ଦକ୍ଷରୁ କୁହାଯାଇଛି, ଭୂଗର୍ଭର ୬୩ କିଲୋମିଟର ତଳେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।

Leave a Reply

Your email address will not be published. Required fields are marked *