Pratidin TV

Odisha's Digital News Platform

୭୫ ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ମହାମହିମ …

1 min read

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଭାବରେ ମାନ୍ୟତା ପାଇଛି ଭାରତ । ଆଜି ସେହି ଭାରତ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବ ମୁଖର । ସବୁଠି ଫର ଫର ହୋଇ ଉଡ଼ୁଛି ତ୍ରୀରଙ୍ଗା । ଆଜି ସମସ୍ତ ଭାରତୀୟ ମାନଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତକା ଉତ୍ତୋଳନ କରିଛନ୍ତି । ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଉପସ୍ଥିତ ଥିଲେ । ତା ସହିତ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ , ଗୃହମନ୍ତ୍ରୀ ଅମିତ୍ ଶାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ବହୁ ବରିଷ୍ଠ ମନ୍ତ୍ରୀ , ନେତା , ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ କର୍ତ୍ତବ୍ୟ ପଥରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର T-୯୦ ଭୀଷ୍ମ ଟ୍ୟାଙ୍କ, ନାଗ୍ ମିଜାଇଲ୍‌, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି, ମଲ୍ଟି ଫଙ୍କସନ (MF) ରାଡାର ଆଦି ପ୍ରଦର୍ଶିତ ହୋଇଥିଲା । ତା ସହିତ ୩ ବାହିନୀର ମହିଳା ଅଫିସର ମାନେ ତାଙ୍କର ବୀରତ୍ୱ ପ୍ରଦର୍ଶନ କରିଥିଲେ । କଡ଼ା ସୁରକ୍ଷା ବଳୟ ଭିତରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *