Pratidin TV

Odisha's Digital News Platform

ବଦଳୁଛି ଭାରତ : ଫ୍ୟାମିଲି ବିଜନେସ୍‌ରେ ପୁଅ ବଦଳରେ ୭୬ ପ୍ରତିଶତ ଝିଅଙ୍କୁ ମିଳିଛି ଦାୟିତ୍ୱ ..

1 min read

ନୂଆଦିଲ୍ଲୀ : ନାରୀକୁ ଅବଦା ଦୁର୍ବଳା ଭାବୁଥିବା ସମାଜକୁ ବଡ ଉଦାହରଣ ଦେଇଛନ୍ତି ଟାଟାର ମାଲିକ ‘ନୋଏଲ ଟାଟା’ । ଆଜିର ନାରୀ ଯେ କି କିଛି ବି କରିପାରେ । ସେ ଘରସମ୍ଭାଳିପାରେ, ଚନ୍ଦ୍ରକୁ ଯାଇପାରେ, ୱାସିଙ୍ଗ୍ ମେସିନ୍‌ରେ ଡ୍ରେସ ସଫାକରିବା ସହ ବିଜେନସ୍ ମଧ୍ୟ ଚଳାଇପାରେ । ଆଜିର ନାରୀ ସଭିଙ୍କ ଉପରେ ଭାରି । ନାରୀମାନଙ୍କ ପ୍ରେରଣା ସାଜିଛନ୍ତି ନୋଏଲ ଟାଟାଙ୍କ ଝିଅ ଲେହ ତାଜ୍ ।

Advertisement

ଖାଲି ବିଦେଶରେ କାହିଁକି ଆମ ଦେଶ ଭାରତରେ ମଧ୍ୟ ଏମିତି କେତେକ ଶିଳ୍ପପତି ଓ ଉଦ୍ୟୋଗପତି ଅଛନ୍ତି ଯେଉଁମାନେ ସେମାନଙ୍କର ବ୍ୟବସାୟିକ ଭାର ପୁଅ ବଦଳରେ ଝିଅଙ୍କ ହାତରେ ନ୍ୟସ୍ତ କରିଛନ୍ତି । ନୋଏଲ ଟାଟା ଙ୍କ ଝିଅ ଲେହ ଟାଟା ତାଜ ଗ୍ରୁପ ଅଫ ହୋଟେଲର ଦାୟିତ୍ୱ ସମ୍ଭାଳୁଥିବା ବେଳେ । ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନୀ ରିଲାଏନ୍ସ ରିଟେଲ ଓ ରିଲାଏନ୍ସ ଜିଓର ଦାୟିତ୍ୱ ନେଇ ସଫଳତାର ଶିଖରରେ ପହଞ୍ଚାଇଛନ୍ତି । ଉଭୟ ଜିଓ ଏବଂ ରିଟେଲ ବ୍ୟବସାୟିକ ସଫଳତା ହାସଲ କରିଛି ।

ସେହିପରି ଗୋଦରେଜ କଂଜୁମର ଲିମିଟେଡ଼ର ଅଧ୍ୟକ୍ଷ ତାଙ୍କ ଝିଅ ନିଶା ଗୋଦରେଜଙ୍କୁ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଆସନରେ ବସାଇଛନ୍ତି । ରୋଶନୀ ନାଦାରଙ୍କୁ ତାଙ୍କ ପିତା ଶିବ ନାଦାର ନିଜ ସ୍ଥାନରେ ଏଚ ସି ଏଲର ଅଧ୍ୟକ୍ଷ କରାଇଛନ୍ତି । ଏଭଳି ଭାବେ ବ୍ୟବସାୟିକ ପରିବାରର ୭୬ ପ୍ରତିଶତ ଝିଅ ନିଜ ପିତାଙ୍କ ବ୍ୟବସାୟର ଉତ୍ତରାଧିକାରୀ ହୋଇଥିବା ବେଳେ ୨୪ ପ୍ରତିଶତ ମହିଳା ନିଜ ପତିଙ୍କ ବ୍ୟବସାୟ ସମ୍ଭାଳୁଥିବା ଜଣାପଡିଛି । ପାରିବାରିକ ବ୍ୟବସାୟରେ ଝିଅଙ୍କ ନେତୃତ୍ୱ ବଢୁଥିବା ବେଳେ ସବୁଠୁ ତଳ ସ୍ତରରେ ଆଦିବାସୀ ମହିଳା ମଧ୍ୟ ନିଜକୁ ଅନେକ କ୍ଷେତ୍ରରେ ସଶକ୍ତ କରାଇଛନ୍ତି କିନ୍ତୁ ମଧ୍ୟବିତ୍ତ ପରିବାର ଗୁଡିକରେ ଏବେ ବି କନ୍ୟା ସନ୍ତାନ ନିଜ ସ୍ଥିତି ପାଇଁ ସଂଘର୍ଷର ମୈଦାନରେ ଠିଆ ହୋଇଛି ।

Leave a Reply

Your email address will not be published. Required fields are marked *