Pratidin TV

Odisha's Digital News Platform

ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କୁ ବଡ ସୁବିଧା , ପୁରୀକୁ ଗଡିବ ୭୬ ସ୍ୱତନ୍ତ୍ର ଟ୍ରେନ

ଏଥର ହଜାର ହଜାର ଭକ୍ତଙ୍କ ମନକାମନା ହେବ ପୂରଣ । ସୁନାବେଶ ଦର୍ଶନ ପାଇଁ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ । ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ନେଇଛି ବଡ ପଦକ୍ଷେପ । ସୂଚନା ଅନୁଯାୟୀ ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ୍ ପୁରୀକୁ ଗଡିବ ।

ଏହି ସବୁ ଜିଲ୍ଲାରୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍ – ପାରାଦୀପ , ଅନୁଗୁଳ , ଭଦ୍ରକ , ଜୁନାଗଡ଼ ରୋଡ , ଖୋର୍ଦ୍ଧାରୋଡ , ଦଶପଲ୍ଲ. ସୋମପେଟା , ପଲାସା , କେନ୍ଦୁଝରଗଡ଼. ଗୁଣପୁର, ଜଗଦଲପୁ. ସୋନପୁର ଏବଂ ସମ୍ୱଲପୁରରୁ ଗଡିବ ଟ୍ରେନ୍ ।

ସେପଟେ  ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି।

Leave a Reply

Your email address will not be published. Required fields are marked *