କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର: ଜାଣନ୍ତୁ କେତେ ଟଙ୍କା ବଢିବ ମହଙ୍ଗା ଭତ୍ତା
1 min readନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର କର୍ମଚାରୀଙ୍କୁ ବଡ ଉପହାର । ବଢିବାକୁ ଯାଉଛି ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା । ସପ୍ତମ ବେତନ କମିଶନ ଲାଗୁ ହେବା କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରାୟ ୪ ପ୍ରତିଶତର ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି । ଆସନ୍ତା ଜୁଲାଇ ୧, ୨୦୨୨ରୁ ଏହା ଲାଗୁ ହେବ । ଦିନକୁ ଦିନ ଦେଶରେ ମହଙ୍ଗା ପରସ୍ଥିତି ବଢି ଚାଲିଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ମଧ୍ୟ ବଢିବାକୁ ଯାଉଛି । ଡିଏ ସାଧାରଣତଃ ୩ରୁ ୫ % ମଧ୍ୟରେ ବୃଦ୍ଧି ହୋଇଥାଏ ।
ଏଆଇସିପିଆଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଜାନୁୟାରୀରେ ମହଙ୍ଗା ରିପୋର୍ଟ ୧୨୫.୧ ରହିଥିବା ବେଳେ ଫେବୃୟାରୀରେ ଏହା ୧୨୫.୦ ଥିଲା । ମାର୍ଚ୍ଚରେ ୧୨୬ ଏବଂ ଏପ୍ରିଲରେ ଏହା ବଢି ୧୨୭.୭ରେ ପହଞ୍ଚିଛି । ବର୍ତ୍ତମାନର ପରସ୍ଥିତିକୁ ଦେଖିଲେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହା ସହିତ ଚଳିତ ଥର ଡିଏ ଯଦି ୪% ବଢିବ ତାହେଲେ ଏହା ସମୁଦାୟ ୩୮% ହେଇଯିବ । ଫଳରେ ସର୍ବନିମ୍ନ ଦରମା ୧୮ ହଜାର ପାଉଥିବା କର୍ମଚାରୀଙ୍କୁ ବାର୍ଷିକ ୮୬୪୦ ଅଧିକ ଦରମା ମିଳିବ । ଏହା ସହିତ ୫୬ ହଜାରର ମୂଳ ଦରମା ରହିଥିଲେ ବାର୍ଷିକ ୨୭୩୧୨ ଟଙ୍କା ଯାଏଁ ଦରମା ବୃଦ୍ଧି ପାଇବ ।
କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହେବାକୁ ଥିବା ତଥ୍ୟ ଆସନ୍ତା ଜୁଲାଇ ମାସରେ ପ୍ରକାଶ ପାଇବ । ଏହି ତଥ୍ୟ ଅନୁସାରେ ଡିଏ ପ୍ରାୟ୪% ବୃଦ୍ଧି ପାଇବ । ୮୮ଟି କେନ୍ଦ୍ରୀୟ ଏବଂ ୩୧୭ଟି ଘରୋଇ କ୍ଷେତ୍ରକୁ ନୀରିକ୍ଷଣ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ ।