Pratidin TV

Odisha's Digital News Platform

ଗାଁରେ ଗୋଡାଇ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା ; ଗିରଫ ହେଲେ ୮ ଅଭିଯୁକ୍ତ ….

ଗଜପତି ; ସୋମବାର ରାତିରେ ଘଟିଥିଲା ବିଭତ୍ସ ହତ୍ୟା କାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ବେଳେ ସ୍ୱାମୀ କପିଳେନ୍ଦ୍ରକୁ ଗତ ଫେବୃଆରୀ ମାସ ୧୧ ତାରିଖରେ ଗୁଳି କରି ହତ୍ୟା ଉଦ୍ୟମ କରାଯ।ଇଥିଲା । କିନ୍ତୁ ସୌଭାଗ୍ୟବସତ ସେଥିରୁ ବର୍ତିଯାଇ କପିଳେନ୍ଦ୍ର ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ହୋଇ ଭଲ ହୋଇଥିଲେ । ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗାଁ ରେ ସୋମବାର ରାତିରେ ପୂଣି ଘଟିଲା ହତ୍ୟା କାଣ୍ଡ ।

ଗୁଳିରେ ବର୍ତ୍ତୀଯାଇଥିବା କପିଳେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୁ ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଉକ୍ତ ଘଟଣାରେ ଅଡବା ପୋଲିସ କିଛି ମରଣା ଅସ୍ତ୍ର ଜବତ କରିବା ସହିତ ଉକ୍ତ ଗାଁ ର ୮ ଜଣ ବ୍ୟକ୍ତିକୁ ଗିରଫ କରି ଥାନାରେ ଅଟକ ରଖିଛି । ଗିରଫ ବ୍ୟକ୍ତି ମାନଂକୁ ମେଡିକାଲ ଟେଷ୍ଟ ପାଁଇ ମୋହନା ମେଡିକାଲ କୁ ଅଣାଯାଇଥିବା ସହିତ ଟେଷ୍ଟ ପରେ କୋର୍ଟ ଚଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

Leave a Reply

Your email address will not be published. Required fields are marked *