ଭୂସ୍ଖଳନରେ : ୮ଜବାନ ମୃତ ୪୫ ନିଖୋଜ
1 min read
ନୂଆଦିଲ୍ଲୀ: ମୌସୁମୀ ଆଗମନରେ ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ବୃଦ୍ଧିପାଇବାରେ ଲାଗିଛି । ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ରହିଥିବାବେଳେ ମଣିପୁରର ନୋନି ଜିଲ୍ଲାରେ ମାଟି ଅତଡା ଖସି ୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫ ଜଣ ନିଖୋଜ ଅଛନ୍ତି ।ସେନା ଦ୍ୱାରା ଉଦ୍ଦାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଟେରିଟୋରିଆଲ୍ ଆର୍ମି ଯବାନ ବୁଧବାର ରାତିରେ ତୁପୁଲ ରେଳଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁଁ ସେଠାରେ ନିର୍ମାଣଧୀନ ଇମ୍ଫାଲ ଜିରିବାମ ରେଳ ଲାଇନ ଓ ଷ୍ଟେସନ୍ କୋଠା ଭୁଷୁଡି ଯାଇଛି । ଭୂସ୍କଳନ ଯୋଗୁଁ ଏକ ନଦୀର ପ୍ରବାହ ବନ୍ଦ ହେବା ସହ ହ୍ରଦ ସୃଷ୍ଟି ହୋଇଛି । ପ୍ରଧାନମନ୍ôୀ ନରେନ୍ଦ୍ର ମୋଦୀ ମଣୀପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ସହ ଦୁର୍ଘଟଣା ସର୍ମ୍ପକରେ ଆଲୋଚନା କରିଛନ୍ତି । ସେହିପରି ଗୁରୁବାର ଦିଲ୍ଲୀ ଓ ପାଟନା ସମେତ ମୁମ୍ବାଇରେ ନାହିଁ ନଥିବା ବର୍ଷା ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି ଦିଲ୍ଲୀରୁ ବିଭିନ୍ନ ବିମାନର ଉଡାଣ ପ୍ରଭାବିତ ହୋଇଛି । ଜାମ୍ମୁ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଉତରାଖଣ୍ଡ ବାଗେଶ୍ୱର ଜିଲ୍ଲା ଅନ୍ତର୍ଗତ କୁୱାରୀ ଗ୍ରାମରେ ଭୂସ୍ଖଳନ ଯୋଗୁଁ ଏକ ହ୍ରଦ ସୃଷ୍ଟି ହୋଇଛି ।ଚାମୋଲି ଜିଲାରେ ପାହାଡରୁ ପଥର ଖସି ବଦ୍ରିନାଥରୁ ଏକ କାର୍ ରେ ଫେରୁଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ ଜଣ ଆହାତ ହୋଇଛନ୍ତି । ଅନ୍ୟ ଏକ ଦୁର୍ଘଟଣାରେ କେଦାରନାଥରୁ ଫେରୁଥିବା ୧୧ ଜଣ ତୀର୍ଥଯାତ୍ରୀ ଆହାତ ହୋଇଛନ୍ତି