Pratidin TV

Odisha's Digital News Platform

କତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ; କେମିତି ରକ୍ଷା କରିବ ଭାରତ ?

1 min read

ନୂଆଦିଲ୍ଲୀ ; କତାରରେ ୮ ଭାରତୀୟ ନୈାସେନା ଅଧିକାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ଭାରତକୁ ସ୍ତବ୍ଦ କରିପକାଇଛି । ତେବେ କାହିଁକି ଏବଂ କେଉଁ କାରଣ ପାଇଁ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ସେଠାରେ ମୃତ୍ୟୁ ଭଳି ଦଣ୍ଡ ଶୁଣାଯାଇଛି ତାହା ବର୍ତ୍ଥମାନ ସୁଦ୍ଧା ଜଣାପଡିନାହିଁ । ଯାହା କେନ୍ଦ୍ର ସରକାରଙ୍କୁ ଦ୍ୱନ୍ଦରେ ପକାଇଛି ।

ଖବର ଅନୁଯାୟୀ ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀ କତାରର ଅଲ ଦାହରା କମ୍ପାନୀରେ କାମ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏହି ୮ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କତାରର ମିଲିଟାରୀ କୋର୍ଟ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ ଗିରଫ କରାଯିବା ପଛର କାରଣ ଏ ପର‌୍ୟ୍ୟନ୍ତ ଭାରତ ସରକାରଙ୍କୁ କତାର କର୍ତୃପକ୍ଷ ଜଣାଇନାହାନ୍ତି । ଏକାସାଙ୍ଗରେ ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରାଳୟ ଦୁଃଖ ପ୍ରକାଶ କରିଛି । ୮ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ଭାରତ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

Advertisement

ଏହାପୂର୍ବରୁ, ଇଟାଲୀ ମେରାଇନ୍ସ ମାମଲାରେ ଭାରତ କିଛି ଆଇନ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲା । ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ନିମ୍ନ ଅଦାଲତର ନିଷ୍ପତ୍ତି। ଏହାକୁ ଏକ ସାମ୍ବିଧାନିକ ପୀଠ ନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟରେ ଅପିଲ କରାଯିବ। ଏହି ଶୁଣାଣି ସମୟରେ ସମସ୍ତ ଦୋଷୀ ଭାରତୀୟ ନାଗରିକଙ୍କ ସମର୍ଥନରେ ଭାରତ ପ୍ରମାଣ ଉପସ୍ଥାପନ କରିବ । ତେବେ ବୈଦେଶିକ ମନ୍ତ୍ରଣାଳୟ ଆଶା କରୁଛି ଯେ ମୃତ୍ୟୁଦଣ୍ଡ କୋହଳ ହେଇପାରିବ ।

Leave a Reply

Your email address will not be published. Required fields are marked *