Pratidin TV

Odisha's Digital News Platform

ପୁଣି OSRTC ବସ୍ ଦୁର୍ଘଟଣା ଗ୍ରସ୍ତ , ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ..

1 min read

ସମ୍ବଲପୁର : ବିପଦରେ ଓଡିଶା । ଗୋଟେ ପରେ ଗୋଟେ ଘଟିଯାଉଛି ଅଘଟଣ । ବାହନଗା ରେଳ ଦୁର୍ଘଟଣା ପରେ ରାଜ୍ୟକୁ ଯେମିତି ଗ୍ରାସ କରିଛି ଦୁର୍ଘଟଣା । ପ୍ରଥମେ ବାହନଗା ପରେ ଭଦ୍ରକ ରେଳ ଦୁର୍ଘଟଣା ତାପରେ ଦିଗପହଣ୍ଡି ବସ୍ ଦୁର୍ଘଟଣା ଏବଂ ଏବେ ସମ୍ବଲପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଛିଡାହୋଇଥିବା ଟ୍ରକକୁ ଧକ୍କା ଦେଇଛି ଓଏସ୍‌ଆରଟିସି ବସ୍ । ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୩ ଟା ସମୟରେ ଓଏସଆରଟିସି ବସଟି ୨୫ ଜଣ ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ସମୟରେ ଜମନକିରା ଥାନା ବାଇପାସ ରାସ୍ତାରେ ପୂର୍ବରୁ ଛିଡାହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା ଓଏସ୍‌ଆରଟିସି ବସ୍ ।

Advertisement

ଫଳରେ ଘଟଣା ସ୍ଥଳରେ ୮ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟଲୋକଙ୍କ ସହାୟତାରେ ଗୁରୁତ୍ୱରମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଆହତମାନଙ୍କୁ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍‌ଟିକୁ ଜବତ୍ କରିବା ସହ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *