Pratidin TV

Odisha's Digital News Platform

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା….ଚାଲିଗଲା ୮ ଜଣଙ୍କ ଜୀବନ

1 min read

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା | ବିହାରର ଲଖିସରାୟରୁ ଆସିଛି ବଡ ଖବର | ବିହାରରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ ଅଟୋ ସହ ଧକ୍କା ହେବ ଫଳରେ ଅତିକମ୍ ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି | ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା | ଘଟଣାକୁ ଦେଖି ପୋଲିସ ତଦନ୍ତ ଆରମ୍ଭ କରିଥିଲା |

ସୂଚନାନୁସାରେ, ବିହାରର ଲଖିସରାୟରେ ଏକ ଟ୍ରକ ଆସି ଅଟୋକୁ ଧକ୍କା ଦେଇଥିଲା | ଯେଉଁ କାରଣରୁ ଅଟୋଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା | ଏହି ଦୁର୍ଘଟଣାଟି ଲଖିସରାୟ-ସିକେନ୍ଦ୍ର ମୁଖ୍ୟ ରାସ୍ତାର ଵିହରାଉର ଗ୍ରାମ ନିକଟରେ ଘଟିଥିଲା | ସୂଚନା ଅନୁସାରେ, ଏହି ଅଟୋରେ ୧4 ଜଣ ଯାତ୍ରୀ ଥିବାର ଜଣାପଡ଼ିଛି | ଟ୍ରକ ଧକ୍କା ଦେବା ଫଳରେ ସେହି ସ୍ଥାନରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବାକି ଯାତ୍ରୀ ଆହତ ହୋଇଥିଲେ |

ପୋଲିସ ସୂଚନା ଅନୁସାରେ , ଘଟଣା ହେବ ଫଳରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ | ପରେ ମୃତଦେହକୁ ପୋଲିସ ଉଦ୍ଧାର କରି ଆହତ ମାନଙ୍କୁ ଡାକ୍ତରଖାନରେ ଚିକତ୍ସା ପାଇଁ ପଠାଯାଇଥିଲା | ଆହତମାନଙ୍କ ଅବସ୍ଥା ଗୁରୁତର ଥିବା କଥା ପୋଲସ ସୁଚନା ଦେଇଛି | ଏବେ ପର୍ଯ୍ୟନ୍ତ ମୃତକ ଓ ଆହାତମାନଙ୍କର ପରିଚୟ ମିଳିପାରିନାହିଁ | ଏହି ଘଟଣାର ପୋଲିସ ଅଧିକ ଯାଞ୍ଚ କରିବା ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *