Pratidin TV

Odisha's Digital News Platform

ଯାତ୍ରୀବାହୀ ବସକୁ ଆଖିବୁଜା ଗୁଳିଚାଳନା କଲେ ଆତଙ୍କବାଦୀ, ପ୍ରାଣ ହରାଇଲେ ୮ ଜଣ…

ଯାତ୍ରୀବାହୀ ବସକୁ ଆଖିବୁଜା ଗୁଳିଚାଳନା କଲେ ଆତଙ୍କବାଦୀ । ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କାଶ୍ମୀରର ଗିଲଗିତ୍ ବାଲତିସ୍ତାନରେ । ଏକ ଯାତ୍ରୀ ବାହୀ ବସ୍ ଗିଲଗିତ୍‌ରୁ ରାୱଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବାବେଳେ ଚିଲାସରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।ଏହି ଆକ୍ରମଣ ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା । ଯାହାଫଳରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସହିତ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ।ଡେପୁଟି କମିଶନର ଚିଲାସ ଆରିଫ ଅହମ୍ମଦ କହିଛନ୍ତି ଯେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୮ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ ୨୬ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହି ୮ ଜଣ ମୃତକଙ୍କ ମଧ୍ୟରେ ୨ ଜଣ ସୈନିକ ରହିଥିବା ବେଳେ ସୁରକ୍ଷା ୟୁନିଟର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି । ସେପଟେ ଘଟଣାସ୍ଥଳରୁ ଆକ୍ରମଣକାରୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *