Pratidin TV

Odisha's Digital News Platform

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ, ଯାହା ଭିତରେ ରହିଛି ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ..

1 min read

ନୂଆବର୍ଷରେ ଓଡିଶାକୁ ମିଳିଲା ବଡ଼ ଉପହାର। କାରଣ ଓଡିଶାର ମୋଟ ୮ ଉତ୍ପାଦକୁ ମିଳିଛି ଏଥର ଜିଆଇ ଟ୍ୟାଗ ମାନ୍ୟତା । ଯାହା ଭିତରେ ରହିଛି ଏବେ ନୟାଗଡ କଂଟେଇମୁଣ୍ଡି ବାଇଗଣ , ଗଜପତି ଖଜୁରୀ ଗୁଡ, ଢେଙ୍କାନାଳ ମଗଜି , ମୟୂରଭଞ୍ଜର କାଇ ଚଟଣୀ ସାମିଲ ରହିଛି । ତେବେ କଣ୍ଟିଲୋ ଅଂଚଳରେ ଏହି ସ୍ୱତନ୍ତ କଂଟେଇମୁଣ୍ଡି ବାଇଗଣ ଚାଷ ହୋଇଥାଏ । ଏଅ କୌଣସି ସାଧାରଣ ବାଇଗଣ ନୁହେଁ , ପୋଷକ ତତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରି ନିଆରା ଅଟେ । ଖଣ୍ଡପଡା ବ୍ଲକର କଂଟିଲୋ ମହାନଦୀ କୂଳେ କୂଳେ କଂଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ କରାଯାଇ ଆସୁଛି । ଏହା ସ୍ୱାଦ ପାଇଁ ଚଢା ଦରରେ ମଧ୍ୟ ବିକ୍ରି ବଢି ଚାଲିଛି । ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଂଚଳ ସମେତ ନୟାଗଡ ଜିଲ୍ଲାର ବିଭିନ୍ନ ଗାଁରେ ଲୋକମାନେ ଏହି ଚାଷ କରୁଛନ୍ତି ।

ସେହିପରି ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ କୁ ମଧ୍ୟ ଜିଆଇ ଟ୍ୟାଗ ମିଳିଛି । କେନ୍ଦ୍ରାପଡା ରସାବଳି, କୋରାପୁଟ କଳାଜିରା ଧାନ ଏବଂ ରାୟଗଡା ଜିଲ୍ଲାର ଦୁଇ ଗୋଟି ଆଦୀମ ଜନଜାତିଙ୍କ ପୁରାତନ ଟିତ୍ରକଳା ଓ ହସ୍ତତନ୍ତକୁ ଜି. ଆଇ ଟ୍ୟାଗ ମିଳିଛି । ଏହାକୁ ନେଇ ରାଜ୍ୟ ଜନଜାତି , ଅନୁସୂଚିତ ଜାତି , ଆଇନ ଓ ପଛୁଆ ବର୍ଗ ମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ‘ଏକ୍ସ ‘ରେ ସୂଚନା ଦେଇଛନ୍ତି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜେଷ୍ଟ୍ରି ପକ୍ଷରୁ ବିଧିବଦ୍ଧ ଭାବେ ମାନ୍ୟତା ମିଳିଛି ।

Advertisement

କଂଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଜିଲ୍ଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ କରାଯାଇଥିଲା । ତାପରେ ଆବଶ୍ୟକୀୟ ଡକୁ୍ୟମେଂଟସ ପ୍ରସ୍ତୁତ କରାଯାଇ ଓୟୁଏଟିକୁ ଦିଆଯାଇଥିଲା । ଓୟୁଟି ପକ୍ଷରୁ ଆବଶ୍ୟକ କାଗଜପତ୍ର ଜିଆଇ ଟ୍ୟାଗ କାର୍ଯ୍ୟାଳୟକୁ ପଠାଯାଇଥିଲା । ଏହି କେଂଟଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହ

Leave a Reply

Your email address will not be published. Required fields are marked *