Pratidin TV

Odisha's Digital News Platform

ଜୀବନ ମୃତ୍ୟୁର ଲଢେଇରେ ହାର ମାନିଲା ୮ ବର୍ଷର ଲୋକେଶ : ବୋରୱେଲରୁ ଉଦ୍ଧାର ପରେ ଡାକ୍ତର ଘୋଷଣା କଲେ ମୃତ ..

1 min read

ମଧ୍ୟପ୍ରଦେଶ : ପୁଣି ଅସାବଧାନତା ଓ ବୋରୱେଲ ପାଇଁ ଚାଲିଗଲା ୮ ବଷ ଶିଶୁର ଜୀବନ । ବୋରୱେଲରୁ ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷ ବାଳକର ମୃତ୍ୟୁହୋଇଛି । ଏଭଳି ଏକ ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶର ବିଦାଶା ଅଞ୍ଚଳରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ ଖେଳୁଥିବା ସମୟରେ ଲୋକେଶ ୬୦ ଫୁଟ ବୋରୱେଲରେ ଖସିପଡିଥିଲେ, ଲୋକେଶକୁ ଉଦ୍ଧାର କରିବା ପାଇଁ SDRF ଓ NDRF ଟିମ୍ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଥିଲା । କିନ୍ତୁ ୨୪ ଘଣ୍ଟାର ଅପରେଶନ ପରେ ଯେତେବେଳେ ଲୋକେଶକୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ଜୀବନ ମରଣ ଯୁଦ୍ଧରେ ହାର ମାନିଯାଇଥିଲା ୮ ବର୍ଷର କୋମଳ ଶିଶୁ ।

Advertisement

ଉଦ୍ଧାର ପରେ ଲୋକେଶକୁ ତୁରନ୍ତୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସା ସମୟରେ ହିଁ ଲୋକେଶ ହାରମାନିଯାଇଥିଲା । ଦୀର୍ଘ ୨୪ ଘଣ୍ଟାର ସଂଘର୍ଷ ପରେ ସବୁଦିନ ପାଇଁ ଆଖିବୁଜିଦେଇଥିଲା ଲୋକେଶ । ତେବେ କେବେ ଚେତିବ ପ୍ରଶାସନ । ଏଭଳି କେତେ ଶିଶୁଙ୍କ ପ୍ରାଣ ବୋରୱେଲରେ ଗଲା ପରେ ସୁଧୁରିବ ପ୍ରଶାସନ ?

Leave a Reply

Your email address will not be published. Required fields are marked *