Pratidin TV

Odisha's Digital News Platform

ବୟସର ଅପରାହ୍ଣରେ ହନ୍ତସନ୍ତ ଶର୍ଯ୍ୟାସାୟୀ ଦାଶରଥି ; ୮୦ ବର୍ଷ ପରେ ମଧ୍ୟ ମିଳୁନି ଭତା ଟଙ୍କା ….

1 min read

କଙ୍କଡାହାଡ଼ ; ବୟସର ଅପରାହ୍ଣରେ ହନ୍ତସନ୍ତ ହେଉଛନ୍ତି ଶର୍ଯ୍ୟାସାୟୀ ଦାଶରଥି । ବୟସ ୮୦ ପାର କଲାନି ହେଲେ ମିଳୁନି ଭର୍ତ୍ତା ଟଙ୍କା । ସରକାର ବୟସ୍କ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତଦାରଖ ଅଭାବରୁ ଅନେକ ଯୋଜନା ବାଟବଣା ହେଉଛି । ଆଉ ଶର୍ଯ୍ୟାସାୟୀ ଦାଶରଥିଙ୍କ ପାଖରେ ତାହା ଫେଲ ମାରିଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଦାଶରଥି ବାରିକ ବୟସ ୮୦ ଟପିଲାଣି କିନ୍ତୁ ଆଜିବି ପାଉଛନ୍ତି ୫୦୦ ଟଙ୍କା । ହେଲେ କ୍ୟାସ୍ ବଦଳରେ ଆକାଉଣ୍ଟକୁ ଯାଉଛି ଟଙ୍କା । ଆଉ ଏଟିମ୍ ନଥିବାରୁ ଉଠାଇପାରୁନାହାନ୍ତି ଭର୍ତ୍ତା ଟଙ୍କା ଦାଶରଥି । ଅନ୍ୟପଟେ ତାଙ୍କ ପିଙ୍ଗରପ୍ରିଣ୍ଟ ମଧ୍ୟ କାମକରୁନାହିଁ । ଯାହା ଫଳରେ ପରିଣତ ବୟସରେ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଦାଶରଥି ।

Advertisement

ତାଙ୍କର ଏକମାତ୍ର ଝିଅ ବିବାହ ପରେ ଘରେ ବୃଦ୍ଧା ପତ୍ନୀ ବ୍ୟତୀତ ଆଉ କେହି ନାହିଁ । ଅସହାୟ ପତ୍ନୀ ଦୁଖଃର ସହିତ କହିଛନ୍ତି ବ୍ୟାଙ୍କକୁ ଗଲେ ସ୍ବାମୀଙ୍କର ଫିଙ୍ଗର କାମ କରୁ ନାହିଁ କି ଏଟିଏମ ନଥିବାରୁ ଖାତାରେ ଜମା ଥିବା ଟଙ୍କା ଉଠି ପାରୁ ନାହିଁ ।ଅସହାୟ ସେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପାଖରେ ନିବେଦନ କରିଛନ୍ତି ସ୍ୱାମୀ ଦାଶରଥିଙ୍କୁ ପ୍ରତି ମାସରେ ମିଳୁଥିବା ୫୦୦ ଟଙ୍କା ଜାଗାରେ ୭୦୦ ଟଙ୍କା ଭତା ହାତରେ ଦେବାପାଇଁ । ଅନ୍ୟପଟେ ବୃଦ୍ଧ ଦାଶରଥି କହିଛନ୍ତି ଯେ ଏ ବୃଦ୍ଧ ବୟସରେ ବଞ୍ଚିଛି ବୋଲି କହୁଛି ଆଉ କେତେ ଦିନ ବଞ୍ଚିବି ତାପରେ କହିବି କି ବାବୁ ମାନଙ୍କୁ । ତେବେ ଦେଖିବା ବାକି ରହିଲା ପ୍ରଶାସନ କେତେ ଶ୍ରୀଘ୍ର ଦୁଃଖି ଦାଶରଥିଙ୍କ ଦୁଃଖ ଦୂର କରୁଛି ।

Leave a Reply

Your email address will not be published. Required fields are marked *