Pratidin TV

Odisha's Digital News Platform

୮୮ ବର୍ଷରେ ବଦଳିଲା ଭାଗ୍ୟ : ବୃଦ୍ଧ ଜିତିଲେ ୫ କୋଟିର ଲଟେରୀ

ପଞ୍ଜାବ : କଥାରେ ନାହିଁ ଭଗବାନଙ୍କ ଘରେ ଡେରି ହୁଏ ପଛେ ଅନ୍ଧାର ନୁହଁ । ତାହା ଆଜି ବାସ୍ତାବରେ ସତ ହୋଇଛି । ରାତାରାତି ମାଲେମାଲ ହୋଇପଡିଛନ୍ତି ଜଣେ ୮୮ ବର୍ଷର ବୃଦ୍ଧା । ବନିଯାଇଛନ୍ତି ୫ କୋଟିର ମାଲିକା । ତାହ ପୁଣି ଲଟେରୀ ଦ୍ୱାରା । ଅଜ୍ଞା ହଁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ସତ । ତେବେ ଭାଗ୍ୟଶାଳୀ ବୃଦ୍ଧ ଜଣଙ୍କ ହେଉଛନ୍ତି ପଞ୍ଜାବ ଡେରାବିସ୍ ସହରର ମହନ୍ତ ଦ୍ୱାରକା ଦାଶ । ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି। ଶେଷରେ ତାଙ୍କ ଭାଗ୍ୟ ଉପରେ ପ୍ରଶନ୍ନ ହୋଇଛନ୍ତି ଭାଗ୍ୟଦେବୀ ଆଉ ବଦଳି ଯାଇଛି ତାଙ୍କ ଭାଗ୍ୟ।

ସୂଚନା ଅନୁସାରେ, ମହନ୍ତ ଦ୍ୱାରକା ଦାଶ ଲୋହରୀ ମକର ସଂକ୍ରାନ୍ତି ବମ୍ପର ଲଟେରୀ ଜିତିଥିଲେ । ଗତ ଜାନୁୟାରୀ ୧୬ ତାରିଖରେ ଲଟେରୀ ବିଜେତାଙ୍କ ନାଁ ଘୋଷଣା ହେବା ବେଳେ ଏଥିରେ ସୌଭାଗ୍ୟଶାଳୀ ବିଜେତା ଥିଲେ ଦ୍ୱାରକା ଦାଶ। ପ୍ରଥମ ପ୍ରାଇଜ୍ ସୂରୁପ ତାଙ୍କୁ ୫ କୋଟି ଟଙ୍କା ମିଳିଥିଲା। ଟ୍ୟାକ୍ସ କଟିବା ପରେ ତାଙ୍କୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ମିଳିବ।
ମହନ୍ତ ଦ୍ୱାରକା ଲଟେରୀ ଜିତିବା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି।

ତେବେ ମହନ୍ତ ଦ୍ୱାରକା ଦାସ ୧୯୪୭ ମସିହାରୁ ପାକିସ୍ତାନ ଛାଡି ମାତ୍ର ୧୩ ବର୍ଷ ବୟସରେ ଭାରତ ପଳାଇ ଆସିଥିଲେ। ସେବେଠୁ ଭାରତରେ ତାଙ୍କ ପରିବାର ସହ ରହି ଆସୁଛନ୍ତି। ଏହାପରେ ଲଟେରୀ ଟିକେଟ୍ କିଣିବା ତାଙ୍କର ଏକ ପ୍ରକାର ନିଶା ପାଲଟି ଯାଇଥିଲା। ସେ ଦୀର୍ଘ ୪୦ ବର୍ଷ ଧରି ଏହିପରି ଲଟେରୀ ଟିକେଟ୍ କିଣିଆସୁଥିଲେ । ଅନେକ ଅସଫଳ ପରେ ତାଙ୍କ ହାତରେ ବାଜିଛି ଯାଦୁର ଝଡି । ଯାହାକୁ ପାଇଁ ମହନ୍ତ ଜଣଙ୍କ ଖୁବ୍ ଖୁସି ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *