Pratidin TV

Odisha's Digital News Platform

କୋଏଲ୍ ନଦୀରେ ଭାସିଗଲେ ୨ ନାବାଳକ ଛାତ୍ର , ଜଣେ ମୃତ ଜଣେ ନିଖୋଜ୍ ….

ରାଉରକେଲା : ରାଉରକେଲାରେ ଅଘଟଣ, ଅଘଟଣର ଶିକାର ହେଲେ ଅଷ୍ଟମ ଶ୍ରେଣୀର ୨ ଛାତ୍ର । ସାଙ୍ଗ ସାଥି ମେଳାରେ ଯାଇଥିଲେ ନଦୀକୁ ଗାଧୋଇ । ନଦୀରେ ଗାଧୋଇବା ବେଳେ ଭାସିଗଲେ ନାବାଳକ । ଜଣେ ବର୍ତ୍ତମାନ ଯାଏ ଉଦ୍ଧାର ହୋଇନଥିବା ବେଳେ ଆଉଜଣେ ଉଦ୍ଧାର ହେବା ପରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ ଲେବର ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ୪ ଜଣ ସାଙ୍ଗ ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ପ୍ରଧାନପାଲି ନିକଟ ଦେଇ ବୋହି ଯାଇଥିବା କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ।ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ି ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଜଣେ ନାବାଳକ ନିଖୋଜ ଅଛନ୍ତି। ମୃତ ନାବାଳକଙ୍କ ନାଁ ପ୍ରିୟାଂଶୁ ଭୋଳ। ଏବଂ ନିଖୋଜ ଥିବା ନାବାଳକ ହେଉଛନ୍ତି ରଞ୍ଜନ ପାଢ଼ୀ । ଦୁହେଁ ରାଉରକେଲାର ବାସନ୍ତୀ କଲୋନି ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ସମସ୍ତଙ୍କ ଘର ଲେବରଟେନାମେଣ୍ଟ ହୋଇଥିବା ସୂଚନା ।

Leave a Reply

Your email address will not be published. Required fields are marked *