Pratidin TV

Odisha's Digital News Platform

(ଭିଡିଓ)ଇଟାଭାଟିରେ କାମ କରୁଥିଲେ ବାପା ମା ; ୮ ବର୍ଷର ପୁଅ ଉପରେ ଚଢିଗଲା ଭାଟିର ଟ୍ରାକ୍ଟର

1 min read

ବାଲେଶ୍ୱର : ବେଆଇନ ଇଟା ଭାଟିରେ ଆଠ ବର୍ଷର ପିଲା ଉପରେ ଚଢି ଗଲା ଟ୍ରାକ୍ଟର । ଜଳେଶ୍ଵର ଥାନା ଅନ୍ତର୍ଗତ ଶିଖରପୁର ପଂଚାୟତର ଗୀତା ଇଟା ଭାଟିରେ  ଆଠ ବର୍ଷର ପିଲାଟି ଖେଳୁ ଥିବା ବେଳେ  ଏକ ଟ୍ରାକ୍ଟର ଧକ୍କାରେ  ପିଲାଟି ର ମୃତ୍ୟୁ ହୋଇଛି । ମୁଣ୍ଡ ପିଟି ପିଟି କାନ୍ଧୁଛି ଅସହାୟ ମାଁ ।ବାପା ପାଲଟିଛି ମୁକ ,ଯେଉଁ ଛୁଆ ପାଇଁ ଏଠି ସେଠି ବୁଲି ବୁଲି କାମ କରୁଥିଲେ । ତାକୁ କିପରି ଭଲ ଭବିଷ୍ୟତ ଦେବେ ବୋଲି ଚିନ୍ତା କରୁଥିଲେ । ଆଜି ସେହି ଛାଡି ଚାଲିଯାଇଛି ସବୁଦିନ ପାଇଁ । ପିଲାର ଘର ଝାଡ଼ଖଣ୍ଡ ରାଜ୍ୟ ଗଡ଼ୱା ଜିଲ୍ଲା ଗଡ଼ୱା ଥାନା ଅଞ୍ଚଳର  । ରାଜ୍ୟସରକାର 2016ରୁ ଲାଲୀ ଇଟା ଭାଟି ବନ୍ଦ କରିଥିବା ବେଳେ ଜଳେଶ୍ୱରରେ   ଚାଲିଛି ଶତାଧିକ ବେଆଇନ ଇଟା ଭାଟି । ଏହି ଭାଟି ଗୁଡିକରେ ରାଜ୍ୟ ବାହାରୁ ଶ୍ରମିକମାନେ କାମ କରିବାକୁ ଆସନ୍ତି ଯାହା ବାଲେଶ୍ୱର ଶ୍ରମବିଭାଗ ପାଖରେ ସୂଚନା ନଥାଏ ।

ପ୍ରତେକ ବର୍ଷ ଭଳି ଏ ବର୍ଷ ବି ସେମାନେ ତାଙ୍କର ପରିବାର ସହିତ ଆସିଥିଲେ କାମ କରିବାକୁ ଗୀତା ଇଟା ଭାଟିକୁ । ବାପା ମା କାମ କରୁଥିଲେ ଆଠ ବର୍ଷର ପିଲା ଶୁଭମ ତାର ଘର ଆଗରେ ବସିଥିଲା  ଭାଟିରେ କାମ କରୁଥିବା ଟ୍ରାକ୍ଟରଟି ସେହି ପିଲା ଉପରେ ଚଢି ଯାଇଥିଲା ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ଶୁଭମ । ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହି ଥିଲା ପରେ ଜଳେଶ୍ୱର ପୋଲିସ ଆସି ଶବ ବ୍ୟବଚ୍ଛେଦ ପାଇଁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଯାଇ ଥିଲେ ।

Advertisement

ସବୁ ଠାରୁ ବଡ଼କଥା ହେଲା ବିନା ଏନଓସି, ପ୍ରଦୂଷଣ ଓ ଶ୍ରମିକ ପଞ୍ଜିକରଣ ନଥିବା ସତେ କେମିତି ଜଳେଶ୍ୱରରେ ଚାଲିଛି ଶତାଧିକ ବେଆଇନ ଇଟାଭାଟି ଜିଲ୍ଲା ପ୍ରଶାସନ ଜାଣିପାରୁନି କେମିତି । ଏଘଟଣା କେବଳ  ଗୀତା ଭାଟିରେ ନୁହେଁ ଆଗରୁ ମଧ୍ୟ ବିଭିନ୍ନ ବେଆଇନ ଇଟାଭାଟିରେ ଘଟିଛି । ତେଣୁ ଚାଲୁଥିବା ବେଆଇନ ଇଟା ଭାଟି ଗୁଡିକ ଉପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *