Pratidin TV

Odisha's Digital News Platform

ବରଯାତ୍ରୀ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ , ୯ ମୃତ ..

1 min read

ରିବିବାର ସକାଳୁ ସକାଳୁ ଘଟିଛି ଭୟଙ୍କର ଦୁର୍ଘଟଣା । ବିବାହର ଖୁସି ପାଲଟିଛିଯାଇଛି ଶୋକସଭାରେ । ଶନିବାର ରାତି ପାଲଟିଥିଲା କାଳରାତ୍ରୀ ।

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୂତାବକ ଏମାନେ ସମସ୍ତେ ଏକ ବିବାହ ସାରି ମଧ୍ୟପ୍ରଦେଶର ଖିଲଚିପୁରରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Advertisement

୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଭ୍ୟାନ୍‌ଟିକୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା ଟ୍ରକ୍ ଫଳରେ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଚୁନା ହୋଇଯାଇଥିଲା । ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍ରୁ ଉଦ୍ଧାର କରିଥିଲେ। ହେଲେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ମଧ୍ୟରେ ୧୮ ରୁ ୩୦ ବର୍ଷ ବୟସର ବ୍ୟକ୍ତି ଥିବା ଜଣାପଡିଛି । ଅନ୍ୟପଟେ ଘଟଣ। ସ୍ଥଳରୁ ଫେରାର୍ ମାରିଥିବା ଟ୍ରକ୍ ଡ୍ରାଇଭରକୁ ପୋଲିସ ଗିରଫ୍ କରିଛି ।

Leave a Reply

Your email address will not be published. Required fields are marked *