Pratidin TV

Odisha's Digital News Platform

ଯୁବତୀଙ୍କ ଗିନିଜ୍ ୱାର୍ଲଡ ରେକର୍ଡ , କେଶରେ ବନାଇଲେ ଖ୍ରୀଷ୍ଟମାସ ଟ୍ରି

1 min read

ନୂଆଦିଲ୍ଲୀ : କେଶରେ ଯୁବତୀଙ୍କ ନିଆରା ରେକର୍ଡ । ଆଜିକାଲି କେଶ ସମ୍ବନ୍ଧୀୟ ସମସ୍ୟା ଏତେ ବୃଦ୍ଧି ପାଇଛି । ଅନେକ ଲୋକ ସେମାନଙ୍କ କେଶ ଦ୍ୱାରା ଅସୁବିଧାରେ ପଡ଼ନ୍ତି । କିନ୍ତୁ ଜଣେ ଯୁବତୀ ତାଙ୍କ କେଶ ପାଇଁ ବିଶ୍ୱ ରେକର୍ଡ କରିଛନ୍ତି। ଏହି ରେକର୍ଡ ଏପରି ଏକ ହେୟାର ଷ୍ଟାଇଲ ଦ୍ୱାରା ପ୍ରସ୍ତୁତ ହୋଇଛି । ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଏହି ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜଣେ ଫେମସ୍ ହେୟାର ଷ୍ଟାଇଲିସ୍ ଦାନୀ ହିସ୍ୱାନିଙ୍କ ସବୁଠାରୁ ଉଚ୍ଚତା ବିଶିଷ୍ଟ ହେୟାର ଷ୍ଟାଇଲ୍ ପାଇଁ ତାଙ୍କ ନାମ ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଜଣେ ମହିଳାଙ୍କ ମୁଣ୍ଡରେ ସେ ୯ ଫୁଟର ହେୟାର ଷ୍ଟାଇଲ କରିଥିଲେ । ରେକର୍ଡ ମୁତାବକ, ଦାନୀ ଫ୍ୟାଶନ ଦୁନିଆରେ ୭ ବର୍ଷ ହେବ ଅଛନ୍ତି । ସେ ତାଙ୍କ କାମକୁ ଏକ କଳା ଭାବେ ଦେଖିଥାନ୍ତି । ଏହା ପୂର୍ବରୁ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛୋଟ ଖ୍ରୀଷ୍ଟମାସ ଟ୍ରି କରିଥିଲେ । କିନ୍ତୁ ଏବେ ସେ ଏକ ବଡ଼ ଖ୍ରୀଷ୍ଟମାସ୍ ଟ୍ରି କରିବାର ଚ୍ୟାଲେଞ୍ଜ ନେଇଥିଲେ । ଏଥିରେ ସେ ସଫଳ ହୋଇ ଗିନିଜ୍ ୱାର୍ଲଡ ରେକର୍ଡ ବୁକ୍ରେ ନାମ ଲେଖାଇ ପାରିଛନ୍ତି ।

Advertisement

ହେୟାର ଏକ୍ସଟେନ୍ସନ୍ ବ୍ୟବହାର କରି ହେୟାର ଷ୍ଟାଇଲଷ୍ଟ ହିସୱାନ ଏତେ ଉଚ୍ଚ ହେୟାର ଷ୍ଟାଇଲ୍ ତିଆରି କରିଥିଲେ । ଖ୍ରୀଷ୍ଟମାସ ଟ୍ରି ପରି କେଶକୁ ସଜାଇବା ପାଇଁ ସେ ବଲ ମଧ୍ୟ ବ୍ୟବହାର କରିଥିଲେ । ହେୟାର ଷ୍ଟାଇଲକୁ ଦୃଢ ଭାବରେ ରଖିବା ପାଇଁ ସେ ଏକ ହେଲମେଟ ଏବଂ ଏକ ସପୋର୍ଟ ଷ୍ଟାଣ୍ଡ ମଧ୍ୟ ରଖିଥିଲେ । ହିସୱାନି ପ୍ରାୟ ୭ ବର୍ଷ ଧରି ହେୟାର ଷ୍ଟାଇଲିଂ କାମ କରିଆସୁଛନ୍ତି । ହେୟାର ଷ୍ଟାଇଲଷ୍ଟ ହିସୱାନି କହିଛନ୍ତି ଯେ ହେୟାର ଷ୍ଟାଇଲ କରିବା କେବଳ ଏକ ସେବା ନୁହେଁ, ଏହା ମଧ୍ୟ ଏକ କଳା ।

Leave a Reply

Your email address will not be published. Required fields are marked *