ଚାକିରିଆ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀ’କୁ ପ୍ରତାରଣା : ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଗର୍ଭବତୀ
1 min readବାଲିଗୁଡା : ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ୯ ମାସର ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି । ଥାନାରେ ଦ୍ୱାରସ୍ଥ ହେଇଥିବା ଗର୍ଭବତୀ ମହିଳା ଜଣକ ସାଲକୀ ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣ ସିଂ ବୋଲି ଜଣାପଡିଛି ।
ମିଳିଥିବ ସୂଚନା ଅନୁଯାୟୀ ସ୍ୱାମୀ ଉତ୍ତମ ଉଠାଣ ସିଂ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଅନ୍ୟ ଏକ ମହିଳାଙ୍କୁ ବିବାହ କରି ତାଙ୍କ କଥାରେ ପଡି ମାରଧର କରୁଥିବା ନେଇ ଗତ ମାସରେ କୋଟଗଡ ପୋଷ୍ଟ ଅଫିସ ଜରିଆରେ ଥାନାରେ ଅଭିଯୋଗ କରିଥିଲେ ପ୍ରିୟଙ୍କା । ଅଭିଯୋଗ କରିବା ପରେ ବାରମ୍ବାର ଥାନାକୁ ଆସି ପୋଲିସକୁ କହିବା ପରେ ତାଙ୍କୁ ନ୍ୟାୟ ମିଳିନଥିଲା । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଗତକାଲି ସେ ଥାନା ଆଗରେ ଧାରଣା ଦେଇଥିଲେ ।
SDPO – ୟେଶ ପ୍ରତାପ ଶିରୀମଲ
ସ୍ୱାମୀ ଉତ୍ତମ ଉଠାଣ ସିଂ ଜଣେ ସରକାରୀ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏବେ ବି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗକାରିଣୀ ପ୍ରିୟଙ୍କା କହିଛନ୍ତି । ଏହା ସହ ପୋଲିସ ଟଙ୍କା ଖାଇଥିବା ଯୋଗୁ ମୋତେ ନ୍ୟାୟ ମିଳୁନଥିବା ଅଭିଯୋଗ ଆଣିଛନ୍ତି । ଏହି କଥାକୁ କିନ୍ତୁ ଥାନା ଇଂଚାର୍ଜ ଓମ ନାରାୟଣ ପାତ୍ର ସମ୍ପୂର୍ଣ ଖଣ୍ଡନ କରିଛନ୍ତି । ତେବେ ଗର୍ଭବତୀ ମହିଳାଙ୍କ ବାରମ୍ବାର ଥାନାର ଦ୍ୱାରସ୍ଥ ପରେ ଆଜି କେଶ ନ ୬୫/୨୩, ଦଫା ୪୯୮(ଏ) ,୩୪୧,୩୨୩,୨୯୪, ୫୦୬, ଆଇପିସି ୪ ଡିପି ଆକ୍ଟରେ ରେଜିଷ୍ଟ୍ରେସନ ହୋଇଥିବା ଆୟ ଲଳିତ ମୋହନ ସାଗର କହିଛନ୍ତି । ଅନ୍ୟପଟେ ଅଭିଯୋଗ ଆଣିଥିବା ମହିଳାଙ୍କର ଅଭିଯୋଗ ଗ୍ରହଣ କରାଯିବା ସହ ତଦନ୍ତ କରାଯିବ ବୋଲି ବାଲିଗୁଡା ଏସଡିପିଓ ୟେଶ ପ୍ରତାପ ଶିରୀମଲ ପ୍ରିୟଙ୍କାଙ୍କୁ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ ମହିଳାଙ୍କ ସହ ହୋଇଥିବା ଅନ୍ୟାୟର ତଦନ୍ତ କରାଯାଇ ତାଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯିବ ।