Pratidin TV

Odisha's Digital News Platform

ଅଶୁଭ ଖୁଦୁରୁକୁଣୀ ; ବାଲୁକା ପୂଜା କରିବାକୁ ଯାଇ ନଦୀରେ ଭାସିଗଲେ ନବମ ଶ୍ରେଣୀ ଛାତ୍ରୀ…

1 min read

ପାରାଦ୍ୱୀପ ; ଖୁଦୁରୁକୁଣୀ ଓଷା ପାଇଁ ବାଲୁକା ପୂଜା ହେଲା କାଳ,ପାରାଦ୍ୱୀପ ଅଠରବାଙ୍କୀ ନଦୀରେ ଭାସିଗଲା ୧୪ ବର୍ଷର ଝିଅ। ଖବର ପାଇ ସିଆଇଏସଏଫ ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାଇ ପାରାଦୀପ ସବଷ୍ଟେସନ ମୂଣ୍ଡାପଡା ର କିଛି ମହିଳା ଓ ପିଲାମାନେ ଖୁଦୁରୁକୁଣୀ ଓଷା ପାଇଁ ସକାଳୁ ଅଠରବାଙ୍କୀ ନଦୀକୁ ବାଲୁକା ପୂଜା ପାଇଁ ଯାଇଥିଲେ। ଏଥିପାଇଁ ପ୍ରଥମେ ନଦୀରେ ଗାଧୋଉଥିବା ସମୟରେ ଏନଏସି ହାଇସ୍କୁଲ ରେ ପଢୁଥିବା ଜଣେ ନବମ ଶ୍ରେଣୀରେ ଛାତ୍ରୀ ଆରତୀ ମଲ୍ଲିକ (୧୪) ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ।

ଖବର ପାଇବା ପରେ ସ୍ଥାନୀୟ ବସ୍ତି ବାସିନ୍ଦା ଘଟଣାସ୍ଥଳ ରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତ ରେ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା । ଏହାପରେ ଆଦର୍ଶ ଥାନା ପୋଲିସ ସହିତ ସିଆଇଏସଏଫ ଯବାନ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତ ରେ ଝିଅଟି ବୁଡିଯିବା ର ଯେତେ ସମୟ ଅତିକ୍ରାନ୍ତ ହେଉଛି, ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Advertisement

ବନ୍ଦର ସିଆଇଏସଏଫ, ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ନିକଟରେ ନିର୍ମାଣ ହେଉଥିବା ଏଆରଏସଏସ ର ବ୍ରିଜ ନିର୍ମାଣ ପାଇଁ ନଦୀର ପଥ ଅବରୋଧ କରାଯିବା କାରଣରୁ ସମୁଦ୍ର ରୁ ଜୁଆର ଆସି ପ୍ରଖର ସ୍ରୋତ ହେଉଥିବା ରୁ ଏହିଭଳି ଏକ ଦୁଖଃଦ ଘଟଣା ଘଟିଯାଇଛି ବୋଲି କିଛି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *