Pratidin TV

Odisha's Digital News Platform

CMC ର ଖାମଖିଆଲି କାମ : ପୁଣି ମୁକୁଳା ଡ୍ରେନ ନେଲା ୯ ବର୍ଷ ଶିଶୁର ଜୀବନ…

1 min read

କଟକ : ରାଜ୍ୟରେ ପ୍ରଶାସନର ଖାମଖିଆଲି ଗୁଣ ଯୋଗୁ ହୃଦୟଥରା ଅଘଟଣା । ବିଶ୍ୱକପ ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଶାସନ ସହରକୁ ସଜାଇବାରେ ବ୍ୟସ୍ତ ଥିବା ବେଳେ ଡ୍ରେନକୁ ମୁକୁଳା ଛାଡ଼ି ଦେଉଛି। କିଛି ଦିନ ପୂର୍ବେ ଭୁବନେଶ୍ୱରରେ ଏକ ମୁକୁଳା ଡ୍ରେନରେ ପଡ଼ି ଜଣେ ବିଦେଶୀ ସାମ୍ବାଦିକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏବେ କଟକରେ ମୁକୁଳା ଡ୍ରେନ ଯୋଗୁ ଜଣେ ପିଲାଟିର ଜୀବନ ଚାଲିଯିବା ସତ୍ତ୍ୱେ ଚେତୁନି ପ୍ରଶାସନ ।

ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନଣରେ କଟକ ବିଡାନାସୀ ଛକ ଅଞ୍ଚଳରେ ଜଗା ନାମକ ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା । ସେହି ସମୟରେ ପାଖରେ ଥିବା ଡ୍ରେନଟି ମୁକୁଳାଥିବା ଜାଣିନପାରି ପିଲାଟିି ସେଥିରେ ଖସିପଡିଥିଲା । ଦୀର୍ଘ ସମୟ ପର‌୍ୟ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

Advertisement

ଖବରଟି ସପୃକ୍ତ ଅଞ୍ଚଳରେ ବ୍ୟାପିଯିବାପରେ ଅଞ୍ଚଳବାସୀମାନେ ସିଏମସିର ଖାମଖିଆଲି ଗୁଣକୁ ତୀବ୍ର ବିରୋଧ କରିଥିଲେ । ୯ ବର୍ଷର ପିଲା ଜଗାର ଏଭଳି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ସାୟା ଦେଖାଦେଇଥିଲା । ଜଗାର ଜେଜେମା ଏବଂ ତା ମାଁ ମୁଣ୍ଡ ପିଟି ପିଟି କାନ୍ଦୁଥିଲେ । ଯାହର ଦୃଶ୍ୟ ସମଗ୍ର ଅଞ୍ଚଳବାସୀଙ୍କ ଆଖିକୁ ଦୁଃଖରେ ଭିଜାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *