Pratidin TV

Odisha's Digital News Platform

୯ ବର୍ଷିୟ କୁନି ଝିଅର କମାଲ୍‌, ୭୫ କେଜିର ଡେଡ୍‌ଲିପ୍ଟିଂ ଉଠାଇ କଲା ରେକର୍ଡ

1 min read

ପ୍ରତିଦିନ ଛୋଟ ଠାରୁ ଆରମ୍ଭ କରି ବଡ଼ କିଛି ନ କିଛି ରେକର୍ଡ ସୃଷ୍ଟି ହୋଇଥାଏ | ଯାହା ସାରା ବିଶ୍ୱରେ ପରିଚିତ ହୋଇଥାଏ | ଏପରି ଏକ ଅଜବ ର୍ରେକାର୍ଡ ସାମ୍ନାକୁ ଆସିଛି | ବୟସ ମାତ୍ର ୯ ବର୍ଷ । ହେଲେ ସେ କରିଚାଲିଛି ରେକର୍ଡ ପରେ ରେକର୍ଡ । ଆଜି ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ରେକର୍ଡ କରିଛି ଏହି କୁନି ଝିଅ । କଥାରେ ଅଛି ନା, ବୟସ ସିନା କମ୍‌ କିନ୍ତୁ କାରନାମା ବହୁତ ବଡ଼ ଅଟେ । ଠିକ୍ ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ହରିୟାଣା ପଞ୍ଚକୁଲାର ଜଣେ ୯ ବର୍ଷୀୟ କୁନି ଝିଅ । ଯାହାଙ୍କ ନାଁ ଅର୍ଶିଆ ଗୋସ୍ୱାମୀ । ତେବେ ଅର୍ଶିଆଙ୍କ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ୨୦୨୧ ମସିହାରେ ସେ ମାତ୍ର ୬ ବର୍ଷର ହୋଇଥିଲେ, ସେତେବେଳେ ସେ ୟଙ୍ଗେଷ୍ଟ ଡେଡ୍‌ଲିଫ୍ଟର ଭାବେ ୪୫ କେଜି ଉଠାଇ ରେକର୍ଡ ସୃଷ୍ଟି କରିଥିଲେ ।

ପୁଣି ଥରେ ଏବେ ଆଉ ଏକ ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି । ସେ ମାତ୍ର ୯ ବର୍ଷରେ ୭୫ କେଜି ଓଜନ ଉଠାଇ ପୁଣି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏବଂ ଏହାର ଏକ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ସେହି ଭିଡିଓକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଏତେ କମ ବୟସରେ ୭୫ କେଜି ଓଜନ ଦେଡ ଡେଡ୍‌ଲିପ୍ଟିଂ ପୂର୍ବରୁ କେହି କରିଁହଁନ୍ତି | ତେବେ ଏହା ନୂଆ ନୁହେ ପୂର୍ବରୁ ମଧ୍ୟ ଅନେକ ରେକର୍ଡ ନିଜ ନାଁ ରେ କରିଛନ୍ତି | ତେବେ କୁନି ଝିଅର କାର୍ନାମା ଦେଖି ଆଶ୍ଚର୍ଯ୍ୟ ହେବା ସହଜ ଭାଇରାଲ ଭିଡ଼ିଓରେ ଭଲ ଭଲ କମେଣ୍ଟ ମଧ୍ୟ ଲୋକେ ଦେଇଛନ୍ତି ।

Advertisement

ଅନେକ କହିଛନ୍ତି ଏହି ବୟସରେ ତାଙ୍କର ମେରୁଦଣ୍ଡ ବି ସଳଖ ହୋଇନାହିଁ । ମେରୁଦଣ୍ଡ ସଳଖ ତ ଦୂରର କଥା ମେରୁଦଣ୍ଡ ସଠିକ୍ ଭାବେ ବିକାଶ ବି ହୋଇନଥିବ । ତଥାପି ସେ ଏତେ ବଡ଼ ଭାର ଉଠାଉଛନ୍ତି । ତେଣୁ ତାଙ୍କୁ ସାଲ୍ୟୁଟ୍ ।ସେହିଭଳି ଆଉ ଜଣେ ଳେଖିଛନ୍ତି ଏଇ ବୟସରୁ ଏତେ ଭାର ଉଠାଇବା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଏଥିପ୍ରତି ଟିକେ ଗୁରୁତ୍ୱ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *