Pratidin TV

Odisha's Digital News Platform

ବାପା ଜଳଖିଆ ଦୋକାନୀ ; ଝିଅ ଚେସ୍‌ରେ କଲେ ରାଜ୍ୟ ରେକର୍ଡ….

କଟକ : ବାପା ଜଳଖିଆ ଦୋକାନୀ, ଝିଅ ଚେସ ଚମ୍ପିୟାନ । ବିନା ତାଲିମରେ ୯ବର୍ଷ ବୟସରୁ ଚେସ୍ ଚମ୍ପିୟାନ । କୁନି ଝିଅ ଦିବ୍ୟା ୯ ବର୍ଷରୁ କମ ବୟସ ବାଳିକା ଵର୍ଗରେ ରାଜ୍ୟ ଚେସ ଚମ୍ପିୟାନସିପ୍ ରେ କରିଛନ୍ତି ରେକର୍ଡ। ଚେସ ପ୍ରତି ଅହେତୁକ ଦୁର୍ବଳତା ଓ ଭଲପାଇବା ପାଇଁ ଆଜି ନିଜ ଉଦ୍ୟମରେ ଏହି ସଫଳତା ଅର୍ଜନର ସ୍ୱାଦ ଚାଖି ପାରିଛନ୍ତି ଦିବ୍ୟା । ବାପାଙ୍କ ସହିତ ଖେଳି ଖେଳି ଅଭ୍ୟାସ କରିଛନ୍ତି ସେ । ଯାହା ଆଜି ତାଙ୍କୁ ଚମ୍ପିୟାନ ହେବାର ବିଜୟ ମୁକୁଟ ଦେଇ ପାରିଛି ।

ବୟସ ମାତ୍ର ୯ ବର୍ଷ । ହେଲେ ଓଡିଶା ଦେଖିଲା ସେଇ କୁନି ଝିଅର କମାଲ । ସେଇ କୁନି ଝିଅ ହେଉଛନ୍ତି କଟକ ମଙ୍ଗଳାବାଗ ଅଞ୍ଚଳ ରେ ରହୁଥିବା ଇ.ସୁରେଶ ରାଓ ଙ୍କ ଝିଅ ଇ.ଦିବ୍ୟା । କାହାଠାରୁ ତାଲିମ୍ ନେଇନାହାନ୍ତି କି ଆନୁଷ୍ଠାନିକ ପ୍ରଶିକ୍ଷଣ ପାଇଁ ଏକାଡେମୀ ଯାଇନାହାନ୍ତି । ବିନା ତାଲିମରେ ଦିବ୍ୟା ଚେସରେ ରାଜ୍ୟ ଚାମ୍ପିଅନ୍ ହୋଇ ନିଜର ପ୍ରତିଭାର ପରିଚୟ ଦେବା ସହ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି । ଛୋଟ ବେଳୁ ବାପାଙ୍କ ସହ ଘରେ ଚେସ୍ ଖେଳି ଖେଳି ପାରଙ୍ଗମ ହୋଇଯାଇଛନ୍ତି । ଚେସ୍ ବୋର୍ଡର ୬୪ ଘରେ ଦିବ୍ୟାଙ୍କୁ ଚେକ୍ ଦେବା ଏବେ ତାଙ୍କ ବୟସର ଖେଳାଳିଙ୍କ ଲାଗି ଚ୍ୟାଲେଜିଂ ହୋଇଛି । ନିକଟରେ କଟକରେ ଅନୁଷ୍ଠିତ ରାଜ୍ୟ ୯ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ଦିବ୍ୟା ବାଳିକା ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଚେସ୍ ଏକାଡେମୀ ଏବଂ ଅଭିଜ୍ଞ ଗୁରୁମାନଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଖେଳାଳିଙ୍କୁ ବେଶ୍ ସହଜରେ ହରାଇ ପାରିଛନ୍ତି ଦିବ୍ୟା ।

ଦିବ୍ୟାଙ୍କ ସଫଳତା ପରେ ଏବେ ଦିବ୍ୟାଙ୍କ ପରିବାର ଲୋକ ବେଶ ଖୁସି । ଦିବ୍ୟା ଙ୍କୁ ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି ଦିବ୍ୟା ଙ୍କ ବାପା ସୁରେଶ । ସୁରେଶ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଏହା ଭିତରେ ଦିବ୍ୟା ଙ୍କ ସଫଳତା ବାପା ସୁରେଶ ଙ୍କୁ ଆନନ୍ଦ ଦେଉ ଥିବା ବେଳେ ଜାତୀୟ ସ୍ତରରେ ଦିବ୍ୟା ଙ୍କୁ ପଠାଇବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଯଦି ଦିବ୍ୟା ଙ୍କ ପାଇଁ କିଛି ସରକାରୀ ସାହାଯ୍ୟ ମିଳି ପାରନ୍ତା ତାହାଲେ ଦିବ୍ୟା ଜାତୀୟ ସ୍ତରରେ ରାଜ୍ୟର ନାଁ କରିବାରେ ସୁଯୋଗ ପାଇ ପାରନ୍ତେ । ଅନ୍ୟପଟେ ଦିବ୍ୟାଙ୍କ ମେଣ୍ଟର କହିଛନ୍ତି ଓଡ଼ିଶାରେ ସରକାର ବଡ ବଡ ଖେଳାଳୀ ଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ ଦିଵ୍ୟାଙ୍କ ଅନେକ ଖେଳାଳୀ ଆର୍ଥିକ ସ୍ଥିତିକୁ ନେଇ ପରଦା ଆଢ଼ୁଆଳରେ ରହି ଯାଉଛନ୍ତି ପ୍ରତିବାଭାନ ଖେଳାଳୀ । ଯଦି ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ତେବେ ଏହି ଖେଳାଳୀମାନେ ଆଗକୁ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ।

କୁନି ଝିଅ ଦିବ୍ୟା ଆଖିରେ ଆଖିଏ ସ୍ୱପ୍ନ । ରାଜ୍ୟ ଚମ୍ପିୟାନ ହେବା ପରେ ଗ୍ରାଣ୍ଡ ସ୍ଲାମ ଜିତିବା ର ଲକ୍ଷ୍ୟ ରଖିଛନ୍ତି ଦିବ୍ୟା । ବିନା ତାଲିମ ରେ ଚମ୍ପିୟାନ ହୋଇଥିବା ଦିବ୍ୟା ଙ୍କୁ ଯଦି ତାଲିମ ମିଳିବ ତାହାଲେ ନିହାତି ଭାବରେ ଆଗାମୀ ଦିନରେ ଦିବ୍ୟା ଆହୁରି ଆଗକୁ ଯାଇ ଅନେକ ସଫଳତା ଆଣି ପାରିବେ ବୋଲି ଆମର ଆଶା ଓ ବିଶ୍ୱାସ ।

Leave a Reply

Your email address will not be published. Required fields are marked *