Pratidin TV

Odisha's Digital News Platform

ହାର୍ ମାନିଲା ଶାରୀରିକ ଅକ୍ଷମତା , ଜିତିଲା ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ …

କେନ୍ଦ୍ରାପଡା : ପ୍ରକାଶ ପାଇଲା ଯୁକ୍ତ ୩ ପରୀକ୍ଷା ଫଳାଫଳ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳର ଟପ୍ପର ହେଲେ ଦିବ୍ୟାଙ୍ଗ ବରଜ କୁମାର । ତେବେ ଆପଣମାନେ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ଆଶ୍ଚର୍ଯ୍ୟ ନୁହଁ ବରଂ ଆମେ ଏହାକୁ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମର ଫଳ କହିବା । କାରଣ ବରଜ ଜନ୍ମରୁ ହିଁ ୯୦ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ଏପରି ଅବସ୍ଥାରେ ବରଜ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଯାହାକୁ ନେଇ ବରଜ ସମୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବରଜଙ୍କର ଅଧ୍ୟବସାୟ, ଆତ୍ମବିଶ୍ବାସ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ବରଜଙ୍କର ଦୁଇ ଗୋଡ଼ ନାହିଁ। ହାତ ଥିଲେ ବି ଆଙ୍ଗୁଳି ନାହିଁ। ଦୁଇ ହାତରେ ଦୁଇଟି ଲେଖାଏ ଆଙ୍ଗୁଳି ଅଛି। କିନ୍ତୁ ବରଜ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଟପର୍ ହୋଇଛନ୍ତି। ସେ ପଦାର୍ଥ ବିଜ୍ଞାନ ସମ୍ମାନରେ ୯୧.୫୮ ପ୍ରତିଶତ ନମ୍ବର ରଖି ଏହି ସଫଳତା ଅର୍ଜନ କରିଛନ୍ତି। ତେବେ ବରଜ ଜଣେ ଚାଷୀ ପରିବାରର ପୁଅ । ମହାକାଳପଡ଼ା ବ୍ଲକ୍ ବିଜୟନଗର ଶଙ୍ଖପଦା ଗ୍ରାମର ଚାଷୀ ର˚ଜନ ଦାସଙ୍କ ପୁଅ ବରଜ । ଯାହାକୁ ନେଇ ବର୍ତ୍ତମାନ ପୁରା କେନ୍ଦ୍ରାପଡା ଗର୍ବିତ ।

ପିଲାଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ କିନ୍ତୁ ତାଙ୍କ ପାଠ ପଢା ଆଗରେ ପରିବାରର ଦାରିଦ୍ର‌୍ୟତା ଓ ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା। ବରଜ ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ସବୁଦିନ ଚାଲି କରି ସ୍କୁଲ ଯିବା ତାଙ୍କ ପକ୍ଷେ ସମ୍ଭବ ହେଉ ନଥିଲା। କିନ୍ତୁ ପାଠ ପଢ଼ି ଭଲ ମଣିଷ ହେବାର ଜିଦ୍ ତାଙ୍କୁ ସବୁ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢିବାର ଉତ୍ସାହ ଦେଇ ଚାଲିଥିଲା। ବରଜ ମାଟ୍ରିକ୍ ଓ ଯୁକ୍ତ ଦୁଇରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୮ମସିହାରେ ମହାକାଳପଡ଼ା ବିଜୟନଗର ହାଇସ୍କୁଲ୍ରୁ ସେ ୮୬ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପାସ୍ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ବି ୮୪ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ପଦାର୍ଥ ବିଜ୍ଞାନ ଅନର୍ସ ରଖି ପଢିବା ସହିତ ତିନି ବର୍ଷର ଯୁକ୍ତ ତିନି ପାଠ ପଢ଼ା ଭିତରେ ପ୍ରତ୍ୟେକ ସେମିଷ୍ଟରରେ ୮୫ ପ୍ରତିଶତରୁ ଅଧିକ ନମ୍ବର ରଖି ଆସୁଥିଲେ। ପ୍ରଥମ ସେମିଷ୍ଟରରେ ବରଜଙ୍କ ୮୫.୫ ପ୍ରତିଶତ ନମ୍ବର ରହିଥିବା ବେଳେ ଦ୍ବିତୀୟ ସେମିଷ୍ଟରରେ ୯୧.୫, ତୃତୀୟ ସେମିଷ୍ଟରରେ ୮୬.୪, ଚତୁର୍ଥ ସେମିଷ୍ଟରରେ ୯୮ ଓ ପ˚ଚମ ସେମିଷ୍ଟରରେ ୯୩ ପ୍ରତିଶତ ନମ୍ବର ରହିଥିଲା। ସେ ଯୁକ୍ତ ତିନିରେ ମୋଟ ୨୬୦୦ରୁ ୨୩୭୬ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଏନେଇ ବରଜଙ୍କ ପରିବାରରେ ଖୁସିର ମାହୋଲ ଦେଖାଦେଇଛି ।

ଅନ୍ୟପଟେ ମିସ ଆଶା ଭୂଇଁଆ +୩ ବିଜ୍ଞାନ ଜୁଲୋଜି ଅନର୍ସ ରôଖ ଚଳିତ ବର୍ଷ ପରୀକ୍ଷାରେ ସି ଜି ପି ଏ ୯ .୮୬ ରଖି କଲେଜ ଟପର ହୋଇଛନ୍ତି । ଆର୍ଟ୍ସର ବେଷ୍ଟ ଗ୍ରାଜୁଏଟ ହେଲେ ମିସ ମୋନାଲିସା ଜେନା ୯. ୭୦ ଓ କମର୍ସ ବା ବାଣିଜ୍ୟରେ ତାଫିକ ଖାଁ ସି ଜି ପି ଏ ୯ .୨୪ ରଖି ଟପର ହୋଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଗୋପାଳ ଚନ୍ଦ୍ର ବେହେରା ।

Leave a Reply

Your email address will not be published. Required fields are marked *